Skip to main content

Posts

Showing posts from August, 2020

କୁଣ୍ଢାକୁଣ୍ଢି ଅମାଵାସ୍ୟା

କଥା ରେ ଅଛି ଵାର ମାସେ ତେର ପର୍ଵ, କିନ୍ତୁ ଦେଖିଵାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆଙ୍କ ଗୃହରେ ପାଳନ ହୋଇଥାଏ ଅତିକମ ରେ ଚାରିଟିରୁ ପାଞ୍ଚ ଟି ପର୍ଵ। ସମଗ୍ର ଓଡିଶା ର ପର୍ଵପର୍ଵାଣି ପରୋକ୍ଷ କିମ୍ଵା ପ୍ରତ୍ୟକ୍ଷ ଭାଵରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ଵ ହେଉଛି ଭାଦ୍ରଵ ଅମାଵାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାଵାସ୍ୟା ରୂପେ ପରିଚିତ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହି ଦିନ ମହାପ୍ରଭୁ ଙ୍କ ନିକଟ ରେ ସପ୍ତପୁରୀ ଭୋଗ ଲାଗି ହୁଏ। ଏହି ଦିନ ରେ ଏକ ପିଠା ଭୋଗ ହୋଇଥାଏ। ଯହିଁରେ ସାତ ପରସ୍ତ ପୁର ମତାନ୍ତରେ ସାତ ପ୍ରକାର ପୁର ଦିଆ ଯାଇଥାଏ। ତେଣୁ ଏହାର ନାମ ସପ୍ତପୁରୀ ଅମାଵାସ୍ୟା। ପଶ୍ଚିମ ଓଡିଶାରେ ଵିଶେଷ କରି ସୋନପୁର ,ଜୁନାଗଡ଼ ଆଦି ଅଞ୍ଚଳ ରେ ଏହାକୁ ପୂରା ଉଆଁସ ଵା କାଞ୍ଚିକୁଣ୍ଢି ପର୍ଵ କୁହନ୍ତି। ଏ ଦିନ ସେଠାରେ ଛୋଟ ଛୁଆମାନେ ଗାଈ, ଵଳଦ, ଘୋଡ଼ା ଆଦି କାଠ ତିଆରି ଖେଳନା ଵାଉଁଶ ତିଆରି କୁଲାରେ ନେଇ ଏକ ଜାଗା ରେ ଖେଳନ୍ତି।ଏହାକୁ କୌଶୀ ଅମାଵାସ୍ୟା ବି କୁହାଯାଏ। ତେଣୁ କରି ପିତୃ ତର୍ପଣ ନିମିତ୍ତ କୁଶ ଆଜି ସଂଗ୍ରହ କରାଯାଏ।ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡ ଦେଵାର ଵିଧି ରହିଛି। ସମଗ୍ର ଦକ୍ଷିଣ ଓଡିଶାରେ ଏହି ଦିନ ଟି କୁଣ୍ଢାକୁଣ୍ଢି ଅମାଵାସ୍ୟା ଭାଵେ ଖୁଵ୍ ପରିଚିତ। ପ୍ରଥମେ କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅଵା ଆଲିଙ୍ଗନ ଶଵ୍ଦ ଟି ଆସେ। କିନ୍ତୁ ଏଠ