Skip to main content

Posts

Showing posts from 2020

କୁଣ୍ଢାକୁଣ୍ଢି ଅମାଵାସ୍ୟା

କଥା ରେ ଅଛି ଵାର ମାସେ ତେର ପର୍ଵ, କିନ୍ତୁ ଦେଖିଵାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆଙ୍କ ଗୃହରେ ପାଳନ ହୋଇଥାଏ ଅତିକମ ରେ ଚାରିଟିରୁ ପାଞ୍ଚ ଟି ପର୍ଵ। ସମଗ୍ର ଓଡିଶା ର ପର୍ଵପର୍ଵାଣି ପରୋକ୍ଷ କିମ୍ଵା ପ୍ରତ୍ୟକ୍ଷ ଭାଵରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ଵ ହେଉଛି ଭାଦ୍ରଵ ଅମାଵାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାଵାସ୍ୟା ରୂପେ ପରିଚିତ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହି ଦିନ ମହାପ୍ରଭୁ ଙ୍କ ନିକଟ ରେ ସପ୍ତପୁରୀ ଭୋଗ ଲାଗି ହୁଏ। ଏହି ଦିନ ରେ ଏକ ପିଠା ଭୋଗ ହୋଇଥାଏ। ଯହିଁରେ ସାତ ପରସ୍ତ ପୁର ମତାନ୍ତରେ ସାତ ପ୍ରକାର ପୁର ଦିଆ ଯାଇଥାଏ। ତେଣୁ ଏହାର ନାମ ସପ୍ତପୁରୀ ଅମାଵାସ୍ୟା। ପଶ୍ଚିମ ଓଡିଶାରେ ଵିଶେଷ କରି ସୋନପୁର ,ଜୁନାଗଡ଼ ଆଦି ଅଞ୍ଚଳ ରେ ଏହାକୁ ପୂରା ଉଆଁସ ଵା କାଞ୍ଚିକୁଣ୍ଢି ପର୍ଵ କୁହନ୍ତି। ଏ ଦିନ ସେଠାରେ ଛୋଟ ଛୁଆମାନେ ଗାଈ, ଵଳଦ, ଘୋଡ଼ା ଆଦି କାଠ ତିଆରି ଖେଳନା ଵାଉଁଶ ତିଆରି କୁଲାରେ ନେଇ ଏକ ଜାଗା ରେ ଖେଳନ୍ତି।ଏହାକୁ କୌଶୀ ଅମାଵାସ୍ୟା ବି କୁହାଯାଏ। ତେଣୁ କରି ପିତୃ ତର୍ପଣ ନିମିତ୍ତ କୁଶ ଆଜି ସଂଗ୍ରହ କରାଯାଏ।ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡ ଦେଵାର ଵିଧି ରହିଛି। ସମଗ୍ର ଦକ୍ଷିଣ ଓଡିଶାରେ ଏହି ଦିନ ଟି କୁଣ୍ଢାକୁଣ୍ଢି ଅମାଵାସ୍ୟା ଭାଵେ ଖୁଵ୍ ପରିଚିତ। ପ୍ରଥମେ କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅଵା ଆଲିଙ୍ଗନ ଶଵ୍ଦ ଟି ଆସେ। କିନ୍ତୁ ଏଠ

*ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଵିପ୍ଳଵୀ କୃଷ୍ଣଭଞ୍ଜ*

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଙ୍ଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା । ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ । ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେହି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ । କୃଷ୍ଣଭଞ୍ଜ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଜଣାଶୁଣା ତେବେ ଏହା ଓଡ଼ିଶା ତଥା ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଵିଵେଚିତ ହେଵା ଯୋଗ୍ଯ କାରଣ  ପୂର୍ଵରୁ କେଉଁଠି ବି ୟୁରୋପୀୟ ଜାତୀୟ ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା । ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କ ସହ ସନ୍ଧି କଲେ ।  ସନ୍ଧି ଅନୁସ

ମାଆ ମାଆ ବୋଲି ଡାକୁଛ

ମୁକୁର,ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମାନଙ୍କମଧ୍ୟରୁ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜ ସୁନ୍ଦର ଦାସ । ମୁକୁର ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଵାକୁ ଲାଗିଲା ।ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା । ଉତ୍କଳମାତାଙ୍କ ଵ୍ଯଥା "ମାଆ ମାଆ ବୋଲି ଡାକୁଛ କି" କଵିତା ମାଧ୍ୟମରେ କଵି ପ୍ରକାଶ କରିଛନ୍ତି ଓ ମତାନ୍ତରେ ଏହା ସୁପ୍ତ ଓଡ଼ିଆ ଜାତି ପାଇଁ ଏକ ଆହ୍ଵାନ ମୂଳକ ଉଦବୋଧନୀ କଵିତା କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ । ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ମାଆ ମାଆ ବୋଲି ଡାକୁଚ ମୋତେ ଜାତୀୟତାଵାଦୀ କଵିତାଟି ନିମ୍ନରେ ପ୍ରଦତ୍ତ କରାଗଲା ... ••••••••••ମାଆ ମାଆ ବୋଲି ଡାକୁଛ କି ?•••••••••• ମାଆ ମାଆ ବୋଲି ଡାକୁଛ କି ମୋତେ ଆରେ ମୋ ଦୁଃଖପାସୋରା କାହିଁ ଯାଇଁ ଚେଇଁ ଶୋଇଥିଲ ବାପ ମୋ ମନ ନୟନ ତାରା ।। ଦିଏଁ ନୀର କ୍ଷୀର ରୂପେ ମୋ ରୁଧୀର ଵିଦାରି ହୃଦୟ ଯୋଗାଏଁ ଆହାର ମୋ ସୁଖ ସମ୍ପଦ କରିଅଛି ଜୂ

ଜମଶେଦପୁରେ

ଜାମଶେଦପୁର ଆଜି ଏକ ଶିଳ୍ପ ନଗରୀ ଭାବେ ଵିଖ୍ଯାତ ତେବେ ଆଗେ ଏମନ୍ତ ନଥିଲା । କାଳିମାଟି ,ସାକ୍ନୀ ଆଦି ଅନେକ ଓଡ଼ିଆ ଗାଆଁ  ଏଠାରେ ରହିଥିଲା । ଟାଟା କମ୍ପାନୀ ଦ୍ଵାରା ସ୍ଥାନୀୟ ଲୋକଙ୍କ ପୈତୃକ ସମ୍ପତ୍ତି ଅଧିଗ୍ରହଣ ଓ କାରଖାନା ସ୍ଥାପନ ପରେ  ଏ ଅଞ୍ଚଳର ନାମ ଜାମଶେଦ ଟାଟାଙ୍କ ନାଆଁରେ ଜମଶେଦପୁର ରଖା ଯାଇଛି । ଏ ଵିଷୟରେ ଏକ ଓଡ଼ିଆ ଗୀତିକଵିତା ଏକ ପୁସ୍ତକରେ ଥରେ ପାଇଥିଲି କିନ୍ତୁ ଏ କଵିତାର କଵି କିଏ ତାହା ସେଠାରେ ଉଲ୍ଲେଖ ନଥିଲା । କଵିତାର ନାମ #ଜାମସେଦପୁରେ... ଏହି ଯେ ନଗରୀ ଆଜି ମୁଁ ଦେଖେ ନୟନେ ଚାହିଁ ଧନ ଦଉଲତେ ଡଉଲ ସରି ଏହାର କାହିଁ ? ସଉଧୁ ସଉଧ ଗଗନେ ଶିର ଉଠିଛି ଟେକି, ମରତୁ ରଖିଵା ପାହାଚ ବାନ୍ଧି ସରଗେ ନିକି ! ସୁଖ ସଉଭାଗ୍ଯେ ନିରତେ ହସି ରହନ୍ତି ଜନେ । ମର ଦୁଃଖ ଶୋକ ନାହାନ୍ତି ସତେ ଦେଖି ନୟନେ । କଳେ ନିତି ଧନ ସଂପଦ ଶିରୀ ଗଢ଼ନ୍ତି କରେ ଲୁହାରେ କରନ୍ତି ସୁନା ସେ କର ପରଶେ ଖରେ । କି ଅଛି ଅପୂର୍ଵ ମର୍ତ୍ତ୍ଯେ ଯା ଧରି ନାହାନ୍ତି ବସି ? ମନାସନ୍ତି ସତେ ଭୂଞ୍ଜିଵେ ସ୍ଵର୍ଗ ସମ୍ପଦ ହସି । ଏହି ଯେ ସମ୍ଭାର ନୟନେ ଦିନେ ଦେଖିଵା ପାଇଁ ନିଖିଳ ଭୂଵନୁ ସରାଗେ ଜନେ ଆସନ୍ତି ଧାଇଁ । ମାଡି଼ ଯେ ଯାଅନ୍ତି ଚରଣେ ଶିଳା ସରଣୀ ପରେ, ଅଜାଣିତେ କେତେ ଦରିଦ୍ର ଆଶା ଵିଲୁପ୍ତ ଭାଲେ । କଳ ଘନ ମନ୍ଦ୍ର ଗର୍ଜନେ କର୍ଣ୍ଣେ ଶୁଣନ୍ତି ମିଶା ଦୁଃଖିହୃଦ ଵୃଥା ଗୁପତ ଧୀର ନୀରଵ ଭାଷା । କେତେ ଆହା

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ମାରଦା ନିର୍ଵାସନରେ ଶ୍ରୀଜଗନ୍ନାଥ

ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ ସୁନ୍ଦର ଏହି ସୃଷ୍ଟି । ସୃଷ୍ଟିର ସର୍ଜନା ଆଉ ସ୍ରଷ୍ଟାଙ୍କର ମନନଶୀଳତା । ପ୍ରତିଦିନ ସକାଳ ହୁଏ। ପ୍ରତ୍ୟୁଷରୁ ଅରୁଣିମା ସାରା ଜଗତକୁ ଲାଲିମା - କୃଷ୍ଣ କାଳୀମାର ମିଶାମିଶି ଫେଣ୍ଟା ଫେଣ୍ଟି ରଙ୍ଗରେ ପ୍ରତ୍ୟୁଷର ସୃଷ୍ଟିକୁ ରଙ୍ଗାୟିତ କରିଦିଏ। ପୂର୍ବ ଦିଗନ୍ତ କଅଁଳ ଗେରୁର ବର୍ଣ୍ଣବିବର୍ଣ୍ଣ ହୋଇଉଠେ। ଠିକ୍‌ ପରେ ପରେ ପ୍ରକାଶ ପାଏ ସୂର୍ଯ୍ୟଙ୍କର ସୁନା ସୁନାଥାଳିଆ ସୁନାରୂପ। କ୍ରମଶଃ ଆକାଶର ଶିଡ଼ି ଚଢ଼େ। ସ୍ୱର୍ଣ୍ଣିମା ରୂପାର ଝଲମଲ - ରଶ୍ମି ଆହୁରି ପ୍ରକାଶ ପାଏ। ଧରା ଆଲୋକିତ ହୋଇଯାଏ - ସୃଷ୍ଟିର ଜୀବନ ପ୍ରକ୍ରିୟାର କ୍ରୀୟାକର୍ମ ଯାଚନାର ଉତ୍ତରଣରେ ...। ଗହଳଚହଳ କର୍ମମୁଖର ହୋଇପଡ଼େ। ସୃଷ୍ଟି ପରିବର୍ତ୍ତନଶୀଳ। ସକାଳ ମଧ୍ୟାହ୍ନ, ଅପରାହ୍ନ- ସାଂୟାହ୍ନ, ସଂଧ୍ୟାର ସଂଜବତୀ ପରେ ପୁଣି ରଜନୀ ରାଣୀର ପଣତତଳେ ଅଭିଭୂତ ହୋଇଯାଆନ୍ତି ଏ ସୃଷ୍ଟିର ସମସ୍ତ ସ୍ଥିତି ସ୍ଥାପକ ଓ ସୃଷ୍ଟି। ବେଳ ଉଣ୍ଡି ସାଂଧ୍ୟ ଆକାଶରେ ପୃଥିବୀର ନିୟମମାନି ଦେଖା ଦିଅନ୍ତି ପୂର୍ଣ୍ଣ ଜହ୍ନ ତ’ କେବେ ଖଣ୍ଡିତ ବିଖଣ୍ଡିତ କିରଣର ଉତ୍ସରେ ଗାଧୋଇ ଦିଏ - ଏ ସ୍ରଷ୍ଟା ମନଚିନ୍ତନର ଶ୍ରେଷ୍ଠ କୃତିକୁ। ବିଛାଇ ଦିଏ ଈ