ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ଆମେ ସମସ୍ତେ ବ୍ୟବହାର କରୁ । ଏକବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରସଙ୍ଗରେ ଆମେ କହୁଥିବା ଓଡ଼ିଆକୁ ଅନୁଧ୍ୟାନ କଲେ Ok ଶବ୍ଦର ବହୁଳ ବ୍ୟବହାର କଥା ଜଣାପଡ଼େ । ଶ୍ରେଣୀଗୃହ ଭିତରେ ଶିକ୍ଷକ ଶିକ୍ଷାଦାନ କଲାବେଳେ ଛାତ୍ରଛାତ୍ରୀ କଥାବାର୍ତ୍ତା କଲାବେଳେ, ସାଙ୍ଗମାନଙ୍କ ଗହଣରେ, ଘରେ ବାପା, ମା’ ସହ କଥାବାର୍ତ୍ତା କଲାବେଳେ, ମୋବାଇଲ୍ରେ ମେସେଜ୍ ଦେଲାବେଳେ କି ମୋବାଇଲରେ କଥାହେଲା ବେଳେ, ଇ-ମେଲ୍ ଲେଖିଲା ବେଳେ, ଚାର୍ଟ କଲାବେଳେ, ଚଳଚ୍ଚିତ୍ର ବା ନାଟକରେ ଚରିତ୍ରର ସଂଳାପରେ ଆମେ Ok ଶବ୍ଦଟିକୁ ବ୍ୟବହାର କରିଥାଉ । ବୈଷୟିକ ବିଜ୍ଞାନ ଏବଂ ବୈଷୟିକ କୌଶଳ ଜାଣିଥିବା ବା ବ୍ୟବହାର କରୁଥିବା ମଣିଷର ଦୈନନ୍ଦିନ ଜୀବନରେ Ok ଶବ୍ଦର ବ୍ୟବହାର ବହୁଳଭାବରେ ଦେଖାଯାଏ । କେତୋଟି ପ୍ରସଙ୍ଗରେ ଏହି ଶବ୍ଦଟିର ଅର୍ଥ ହେଉଛି ସବୁଠିକ୍ ବା ହଁ ସ୍ଵୀକାର କରିବା ଅର୍ଥରେ , ସମ୍ମତି ଅର୍ଥରେ Ok ଶବ୍ଦଟି ଆମେ ପ୍ରୟୋଗ କରୁ । ଏହି ଶବ୍ଦଟି ଲିଖିତ ଇଂରାଜୀ ଭାଷାରେ ଆଜି ୧୭୫ ବର୍ଷ ପୁରୁଣା ଅଟେ । ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ସେତେବେଳର ସମ୍ବାଦପତ୍ର ଦି ବୋଷ୍ଟନ ମର୍ଣ୍ଣିଙ୍ଗ ପୋଷ୍ଟରେ ଏହି ଶବ୍ଦଟିର ବ୍ୟବହାର ଦେଖାଯାଏ । ଆଲାନ