Skip to main content

Posts

Showing posts from January, 2020

ଲବଣକର ଓ ଦରିଦ୍ର ପ୍ରଜା

ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ― ୧)ଲଵଣ ସତ୍ୟାଗ୍ରହ ର ବହୁପୂର୍ଵରୁ ଓଡ଼ିଆ ଲୋକେ ସର୍ଵପ୍ରଥମେ ଲଵଣକର ଵିରୋଧରେ ଆନ୍ଦୋଳନ କରିଥିଲେ । ଆଉ ସେହି ପ୍ରଥମ ଶଙ୍ଖନାଦ କଟକନଗରରୁ ସାରା ଵିଶ୍ଵକୁ ପ୍ରତିଧ୍ବନିତ ହୋଇଥିଲା । ୨)କଟକନଗରର ଓଡ଼ିଆ ସ୍ଵାଭିମାନୀ ବୁଦ୍ଧିଜୀଵୀମାନେ ପ୍ରାୟତଃ କଟକ ପ୍ରିଣ୍ଟିଙ୍ଗ କମ୍ପାନୀଠାରେ କୌଣସି ସଭାର ଆୟୋଜନ କରୁଥିଲେ । କିନ୍ତୁ ଲଵଣକର ସମ୍ଵନ୍ଧୀୟ ସଭାର ଆୟୋଜନ କଟକ ମ୍ଯୁନିସିପାଲିଟି ପଡି଼ଆରେ ହୋଇଥିଲା । ୨୩)୧୮୮୧ରୁ ବଙ୍ଗରୁ ଓଡ଼ିଶା ଲେଉଟିଵା ପରଠୁଁ ୧୮୮୮ ଯାଏଁ ଉତ୍କଳ ଗୌରଵ ମଧୁସୂଦନ ଦାସ ଓଡ଼ିଶାର ସମସ୍ୟା ଵିଷୟରେ ଯେଉଁସବୁ ଭାଷଣ ଦେଇଥିଲେ ତାହା ଇଂରାଜୀ ଭାଷାରେ ହେଉଥିଲା । ତେଵେ ଏହି ସଭାରେ ପ୍ରଥମକରି ମଧୁବାବୁ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ । ସେଦିନ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ ତାହା ଏଠାରେ ପ୍ରଦାନ କରାଗଲା... ●●●●●●●●●●●●●●●●●●●●●●●●● ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ । ବାସ୍

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ

କହ୍ନେଇ ଆସିଛି ପୁରୀ

ବଉଳଲୋ ବୁଲିଯିବା ପୁରୀ ସହର ପୁରୀରେ କହ୍ନେଇ ପରା ତୋଳିଛି ଘର । ବଉଳଲୋ..... ଯମୁନା କରିଛି ସିଏ ମହୋଦଧିକୁ କଦମ୍ବ କରିଛି ସିଏ କଳ୍ପ ବଟକୁ କୁଞ୍ଜବନ କରିଛି ସେ ଶିରିମନ୍ଦିର କହ୍ନେଇରୁ ଜଗନ୍ନାଥ ଅବତାର ବୁଝିକି ପାରିବ କିଏ ମାୟାକୁ ତା’ର । ବଉଳଲୋ..... ଲକ୍ଷ୍ମୀ ସାଆନ୍ତାଣୀ ନିଜେ ରାଧିକାରାଣୀ ମନଜାଣି ବାଢୁଛନ୍ତି ଟଙ୍କ ତୋରାଣୀ ଛପନ ଭୋଗୀ ସେ ଖାଏ ଛପନ ଭୋଗ ଷାଠିଏ ପଉଟି ତାର ରନ୍ଧାଟି ଆଗ ଯେତେ ପଣ୍ଡା ପଢିହାରୀ ସତେ ଅବା ଗୋପ ନାରୀ ବଳରାମ ଭାଇ ସାଥେ ଅଛନ୍ତି ତା’ର । ବଉଳଲୋ.... ©ଵିଜୟଲକ୍ଷ୍ମୀ ମହାନ୍ତି ଶିକ୍ଷୟିତ୍ରୀ, ରାଘବପୁର ଉ.ପ୍ରା. ସ୍କୁଲ ସାଲେପୁର, କଟକ

ବିଷୁବର ଆହ୍ଵାନ

ଇଂରାଜି କବି ଟି.ଏସ୍.ଏଲିୟଟ ତାଙ୍କର ଗୋଟିଏ କବିତା ଅଛି ଯାହାର ନାମକୁ ଆମେ ପୋଡାମାଟି ବୋଲି ଅନୁବାଦ କରିପାରିବା । ସେହି କବିତାରେ ସେଲେଖିଛନ୍ତି ଯେ ଏପ୍ରିଲ ମାସ ନିର୍ମମ ନିଷ୍ଠୁରର । ଏହି ମାସରେ ବାସନ୍ତୀ ବର୍ଷା ଝରେ ଥୁଣ୍ଟାଗଛର ଶିଅକୁ ଥରାଇ । କିନ୍ତୁ ଆମଭାରତୀୟଙ୍କ ନିମନ୍ତେ, ଓଡିଆଙ୍କ ନିମନ୍ତେ ଏପ୍ରିଲ ଏକ ଧର୍ମ ମାସ । ଏପ୍ରିଲ ୧୪ରେ ଆମେ ପଣା ସଙ୍କ୍ରାନ୍ତି ପାଳୁ ଯାହାକୁ ବଙ୍ଗଳାରେ “ପଏଲା ବୈଶାଖ”,ଆସାମରେ “ବିହୁ”, କେରଳରେ ବିଷୁ ଏବଂ ପଞ୍ଜାବରେ “ବୈଶାଖୀ”, ଏପରି ବିଭିନ୍ନ ନାମରେ କହନ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତି । ସଂକ୍ଷେପରେ ଏହି ଦିନରୁବୈଶାଖ ମାସ ଆରମ୍ଭ ହୁଏ ଓ ଆଷାଢ,କାର୍ତିକ, ମାଘ ମାସ ପରି ବୈଶାଖ ଏକବିଶିଷ୍ଟ ମାସ ଓ ଧର୍ମମାସ । ଏହାକୁ ଆମେ ଓଡିଆମାନେ “ଆକାମାବୈ” କହୁ । ବୈଶାଖ ବ୍ରତ ପାଳନ କରାଯାଏ ଯାହା କାର୍ତିକବ୍ରତ ଅନୁରୂପ, ହବିଷ କରିବା, ଆକାଶଦୀପ ଜାଳିବା ଆଦି ଏହାର ନିର୍ଦ୍ଧେଶିତ ବିଧି । ପ୍ରାୟତଃ ଏପ୍ରିଲ ମାସ ଆରମ୍ଭରୁ ଚୈତ୍ର ପୂର୍ଣ୍ଣିମା ପଡେ । ତାହାର ୧୨ ଦିନ ପୂର୍ବରୁ ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁମାନେ ନୂଆ ବର୍ଷ ପାଳନକରନ୍ତି ଯାହାକୁ ଆନ୍ଧ୍ରପ୍ରାନ୍ତରେ “ୟୁଗାଦି” ବା ଯୁଗର ଆଦି କହନ୍ତି । ଏପ୍ରିଲ ମାସର ବିଶେଷକଥା ହେଉଅଛି ଏହି ମାସରେ ଦଣ୍ଡ ଯାତ୍ରା ହୁଏ ।ଏହି ଯାତ୍ରା ଦଳିତ ଏବଂ ଜନଜାତିରଲୋକମାନଙ୍କର ବଡ ଯାତ୍ରା । କିନ୍ତୁ ଏଥିରେବ୍ରାହ୍ମଣମାନେ ମଧ୍ୟ ଯୋଗ ଦିଅନ୍ତି ।

ଓଡ଼ିଆ ଭାଷା: ସଙ୍କଟ ଓ ସମ୍ଭାବନା

ପଡ଼ୋଶୀ ଝାଡ଼ଖଣ୍ଡ ପ୍ରଦେଶରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମ ରାଜଭାଷା ଭାବରେ ବ୍ୟବହୃତ ହେଉ ନ ଥିବା ବିଡ଼ମ୍ବନାର ବିଷୟ । ପୁନଶ୍ଚ ପଶ୍ଚିମବଙ୍ଗରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯାଉ ବୋଲି ଝାଡ଼ଖଣ୍ଡର ଜଣେ ମନ୍ତ୍ରୀ ଦାବି କରିଛନ୍ତି । ଅଥଚ ଆମ ରାଜ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ସଙ୍କଟାପନ୍ନ ବୋଲି ଯେଉଁମାନେ ମତବ୍ୟକ୍ତ କରୁଛନ୍ତି ସେମାନେ ବାଚାଳ ପଦବାଚ୍ୟ ହେଉଛନ୍ତି । ଓଡ଼ିଆ ଭାଷା କ୍ରମେ ଇତିହାସର ବିଷୟ ହୋଇଯିବ ବୋଲି ଗବେଷକମାନେ କଥା ବା ପ୍ରସଙ୍ଗ ଛଳରେ ବର୍ଣ୍ଣନା କରୁଥିଲେ ମଧ୍ୟ ସମସ୍ତ ଅବହେଳା ସତ୍ତ୍ଵେ ଏହି ଭାଷା ଲୋପ ପାଇବାର କୌଣସି ଆଶଙ୍କା ନାହିଁ । ତେବେ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ପ୍ରଦାନ ସପକ୍ଷରେ ମତ ପ୍ରକାଶନ ବାଚାଳତା ନୁହେଁ, ବରଂ ଏହା ଆଜିର ଏକ ପ୍ରଧାନ ଆବଶ୍ୟକତା । ଓଡ଼ିଆ ଭାଷା ଏକ କଥିତ ଭାଷା ହୋଇ ରହିଯିବାର କୌଣସି ଆଶଙ୍କା ନ ଥିଲେ ମଧ୍ୟ ନିତ୍ୟନୈମିତ୍ତିକ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଏକାନ୍ତ ଆବଶ୍ୟକ । କେତେ ଚିନ୍ତାନାୟକଙ୍କର ବହୁମୂଲ୍ୟ ଅବଦାନର ପରିଣତିସ୍ୱରୂପ ଆଜି ଓଡ଼ିଆ ଭାଷା ସ୍ୱକୀୟ ଶୈଳୀରେ ମହିମା ମଣ୍ଡିତ ଓ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ, ତାହା ମର୍ଯ୍ୟାଦାଜନକ ଭାବରେ ସ୍ମରଣଯୋଗ୍ୟ । ଅଷ୍ଟମ ଶତାବ୍ଦୀରୁ “ସୃଷ୍ଟ” ଓଡ଼ିଆ ଭା