Skip to main content

Posts

Showing posts from February, 2020

ଓଡ଼ିଆ ଲୋକଗୀତ ― ୧

ମଦାଦାନୀ ଧାନ ଚାଉଳ ମୁଗ ନଡ଼ିଆ ପଡି଼ ଖରମରା ଘିଅ ଅଦା ଯେ ପଡି଼ଥିବ ଖେଚୁଡ଼ି ଖଣ୍ଡପୁରୀ କ୍ଷୀରି କ୍ଷିରିସା ସାଙ୍ଗେ ଆରିସା ପିଠା ଗହମ କାକରା ଚକୁଳି ଛେନା ମଣ୍ଡା ଗଇଁଠା ଶୀତଳ ମସଲା ନବା ତ ପଡି଼ ପଇଡ଼ ପଣା ଶୀତଳ ବେଳରୁ ଖାଇଲେ ଶୋଷ ହୋଇବ ଊଣା ବନ୍ତଳ କଦଳୀ ମଞ୍ଜାକୁ ବାଛି କରିବ ରାଇ ଲେଉଟିଆ ଶାଗ ଭାଜିଲେ ସଜ ପଖାଳ ଦହି ଚାଠିଆ କଦଳୀ କୋଶଳା ବଡି଼ ପକାଇ ଭାଜି ଲାଉ ସାରୁ-ମୁଣ୍ଡା ମିଶାଇ କିଛି କରିବ କାଞ୍ଜି ସାରୁ ଆଳୁ ବଡି଼ କଦଳୀ ବାଇଗଣ ମହୁର ବୋଇତି କଖାରୁ ଆମ୍ବିଳ ଖଣ୍ଡଗିିଆ ସାକର କଲରା କାଙ୍କଡ ପଣସ ମଞ୍ଜି ସଜନା ଛୁଇଁ ଦେହ ଦରଜକୁ ପିଆଜ କିଛି ଦିଅ ଭଜାଇ ସାତସପୁରୀଆ କାକୁଡି଼ ଓଉ ପକା ଆମ୍ବିଳ ମୂଳା କାଞ୍ଜି ସାଙ୍ଗେ ଭଜା ଯେ କନ୍ଦମୂଳ ପୋଟଳ ବାସିପାଣି ପୋଡ଼ପିଠାରେ ମନ ରହିଲା ମୋର ଶିକାର ଖାଇବି ସଖୀ ଗୋ ପାଣି ଦିଅ ସତ୍ବର କାଣ୍ଡିଆ କୁଣ୍ଡାକୁ ଝାଡି଼ବ ଢିଙ୍କିଶାଳରେ ବସି ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି, ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି, ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି.................

ଏକ ଚୋରିର ବୃତ୍ତାନ୍ତ(ପଦ୍ମଭୂଷଣ ମନୋଜ ଦାସ)

ବନସ୍ତର ପକ୍ଷୀମାନେ ଏଣିକି ଆଉ ଜନପଦର ବୃକ୍ଷଲତା ଗହଳକୁ କ୍ବଚିତ୍ ଆସୁଥିଲେ । କାରଣ ୧୯୪୩ ମସିହାର ସେହି ବିଳମ୍ବିତ ବସନ୍ତରେ, ଏକାନ୍ତ ବିଷାକ୍ତ ହୋଇ ନଥିଲେ, ଫଳପୁଷ୍ପ ତ ନିଶ୍ଚୟ, ନବୋଦ୍ଦଙ୍କ୨୦୦ମଗତ କଅଁଳ ପତ୍ରସବୁକୁ ମଧ୍ୟ ସର୍ବଦା ଭକ୍ଷଣ କରି ଚାଲିଥିଲେ ସୀମାହୀନ କ୍ଷୁଧାର ଏକ ଏକ ଚଳମାନ ଭୟାବହ ବିଗ୍ରହ-ଉତ୍ତର ବାଲେଶ୍ବରର ମାନବ-ଶାବକବୃନ୍ଦ ।ଦଦ୍ଭଏମନ୍ତ ସମୟରେ ବୃଦ୍ଧ ବୃନ୍ଦାବନକୁ ଏକକାଳୀନ କୋଡ଼ିଏ ସେର ଚାଉଳ ମିଳି ଯାଇଥିଲା । ଏଇ ଦୁର୍ଦ୍ଦିନରେ ବଡ଼ବାବୁଙ୍କର ଏଇ ଦାନ ସକାଶେ ବୃନ୍ଦାବନ କାନ୍ଦି ପକାଇଲେ, ଯଦିଚ ସେ ଅତ୍ୟନ୍ତ ବୃଦ୍ଧ ଓ ରକ୍ତହୀନ ହୋଇଥିବା ଯୋଗୁଁ ଅଶ୍ରୁରେ ରୂପାନ୍ତରିତ ହେଲା ଭଳି ସାମଗ୍ରୀ ତାଙ୍କ ଦେହରେ କିଛି ନଥିଲା । ବିଶେଷ ଦ୍ରଷ୍ଟବ୍ୟ ଯେ, ଦାରୁଣ ଦୁର୍ଭିକ୍ଷ ବେଳେ ‘ଦାନ’ର ଏକ ଅସାଧାରଣ ଅର୍ଥ ଚାଲୁ ହୋଇଥାଏ । ସେତେବେଳେ ଯଦି ମାଣେ ଜମି ବଦଳରେ ମାତ୍ର ମହଣେ ଧାନ ବା ଚାଉଳ ଦିଆଯାଏ, ତେବେ ସୁଦ୍ଧା ତାହା ଦାନ; ଯେହେତୁ ଦତ୍ତ ପଦାର୍ଥଟି ଆଉ କିଛି ନୁହେଁ, ଆହାର ସାମଗ୍ରୀ ।ଦଦ୍ଭଙ୍ଘଟ୍ଟଟ୍ଟଙ୍ଘଦଦ୍ଭଦୁଇ ଦିନ ହେଲା ବୃନ୍ଦାବନ କିଛି ଖାଇ ନ ଥିଲେ । କାରଣ ହଠାତ୍ ଦୁଇ କୋଶ ଦୂରରୁ ତାଙ୍କ ଝିଅ ଅନୁ ଓ ତାର ତିନି ବର୍ଷର ପୁଅଟି ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ଗତକାଲି ବୃନ୍ଦାବନଙ୍କୁ ତାଙ୍କ ଗ୍ରାମ ସମ୍ପର୍କୀୟା ଜଣେ ଭାଉଜ ଯେଉଁ ମୁଢ଼ିଗଣ୍ଡାକ ଶ୍ରଦ୍ଧାରେ ଯାଚି ଦେଇଥିଲେ, ତାହା ସେ ନେଇଯାଇ ଅନୁ ଓ

ମୁକ୍ତିପଥ(ରବି ସିଂ)

‘ଦୁର୍ନୀତ’ ଏଠି ଜନ ଜୀବନର ହୋଇଛି ଜାଆଁଳା ଭାଇ ଶୋଷଣ କଷଣ ଜାଲି ଜୁଆଚୋରୀ ସବୁରିକୁ ମାନିନେଇ ନିଜେ କେଉଁପରି ମଣିଷ ହୋଇବ ବଡ ଦୁର୍ନୀତି ଖୋର, ସେଥିପାଇଁ ଆଜି ପ୍ରତିଦ୍ୱନ୍ଦିତା ଚାଲିଅଛି ଅବିରଳ । । ସମାଜ ଜୀବନେ ଆଦିମ ଜଡତା କୁମ୍ଭକର୍ଣ୍ଣ ନିଦ ସବିଦିନ ଏଠି ମଣିଷ ପାଲଟେ ସୁବିଧାବାଦର ଗଧ । ଦୁର୍ନୀତିଖୋର କବି ଓ ଲେଖକ ବୁଦ୍ଧିଜୀବୀର ଦଳ ଲୋକଦେଖାଣିଆ ବୁଦ୍ଧିବଳରେ ରଚେ ନିତି ଅଭିସାର ଭୋଟପ୍ରେମୀ ପେଟ୍ଟିବୁର୍ଜୁଆ ଏଠି ଭୁରୁ କୁଂଚିତ କରେ ବଡ ଦୁର୍ନୀତିଖୋର ଯେତେବେଳେ ସବୁ ମାଲ ଲୁଟିନେଲେ ସେଥିରୁ ତା ଭାଗ ମିଳିଲାଣି ଯେଣୁ ସେ ପାଇଁ ସେ ବିପ୍ଳବ- କରିବାକୁ ଡାକଦିଏ ଜନଗଣେ ଚାପି ଆପଣାର ଲୋଭ! ଶୋଷଣବାଦର ଛାଂଚରେ ଗଢା ସମାଜର ମୂଳଦୁଆ- ଅକ୍ଷତ ଥାଉ; ଆଗରେ କେବଳ ନିର୍ବାଚନର ରାହା । । ଯେଉଁ କ୍ଷେତ୍ରରେ ଯିଏ ଥରେ ଯାଏ ପଶି, ଆଉ ସିଏ ସେଠୁ ବାହାରେ ତ ନାହିଁ; ସରୁ ହସ ଦିଏ ହସି । । ବାପ-ଝିଅ-ଜୋଇଁ-ଷଢୁ ଓ ସମୁଦି ଭିଣୋଇ ଅଥବା ଶଳା, ପ୍ରିୟାପୀରତି ର ଗତାଗତ ପାଇଁ ଏ ଦେଶେ ସାହାଣମେଲା । ଦୁର୍ନୀତି ହଟୁନି ଅନୀତି ହଟୁନି ଚାଲେ ପଶ୍ଚାତ୍‍ ଗତି, ଶୋଷଣର ନବ ନବ ସଂତ୍ରାସ  ନୁଆ ରୂପ ଧରେ ନିତି । କେତେ ଗଢା ହେଉ ଲୋକପାଳ ଜନପାଳ ଅବା ‘କମିସନ’ । ଦୁର୍ନୀତି ଟିକେ ହଟିବା ପାଇଁ କି ଟିକିଏ କରୁନି ମନ! ହସି ପେଟଫାଟେ ଧନ୍ୟ ବିଧାତା! ଧନ୍ୟ ଭାରତ ଭୂମି, ଧନ୍ୟରେ ତୁମେ ଗାନ୍ଧୀର ବେଟା! ଧନ୍ୟରେ ଫୁଲ ପ୍ରେମୀ!

ଅଗ୍ରଦୂତ(ରବି ସିଂ)

ଏଇ ଭାରତର ହେ ମହାମାନବ! ଯୋଗୀ,ଋଷି, ସାଧୁଦଳ ଚିରଦିନ ତୁମେ ଆମ ପ୍ରିଯ ଜନ ଥିଲ ଥିବ ଥିଲ ଥିବ ଚିର କାଳ ସୁଖୀ ଉନ୍ନତ୍ତ ନବୀନ ଭାରତ ଦେଖିବାକୁ ହେଲେ ରକ୍ତ ପ୍ରଭାତ, ଚାଖିବାକୁ ହେଲେ ମୁକ୍ତିର ମଧୁ ହାତେ ଲୋଡା ହତିଆର!।1। ତୁମ ଧର୍ମୀୟ-ଧାରଣା ପଥରେ ସମ୍ଭବ ନୁହେ ମୁକ୍ତି, ତମ ନିର୍ଦ୍ଦେଶ ମାନିଲେ ମଣିଷ ଶିଖିବେ ତ ରାଜଭକ୍ତି! ଆମେ ଆଧୁନିକ ଯୁଗର ଯୁଆନ ସହଚର ଆମ ଝଞ୍ଜା ତୋଫାନ, ବିପ୍ଳବ ଆମ ମହାଉତ୍ସବ, ଚହୁଁନା ସାଲିସ ଚୁକ୍ତି।2। ନିତି ନୂଆଁ ନୁଆଁ ମୂଲ୍ୟବୋଧର ଆମେରେ ଅଗ୍ରଦୂତ, ଆମ ଗତି ପଥେ ଶୋଷଣବାଦର ଦୁର୍ଗମ ଗତିପଥ ଆମେ ତ ବିହଗ ନଷ୍ଟ ନୀଡର ଅମେ ତ ବିରୋଧୀ ବନ୍ଧବାଡର ବନ୍ଧନ ହରା କଣ୍ଠେ ଆମର ପ୍ରଗତିର ସଙ୍ଗୀତ ।3। ନିତିଦିନ ଆମେ ତିଳେ ତିଳେ ମରୁ ପୁଞ୍ଜିବାଦର ବିଷେ, ଯଉବନ ଆମ ଜର୍ଜର ସଦା ଅଭାବର ଉପହାସେ, ଆମେ ଏ ସବୁର ନେବୁ ପ୍ରତିଶୋଧ, ଆମେ ବେସ।ଲିସ ଆମେ ଦୁର୍ମଦ, ସ୍ଖଳିତ ଝଡର ବେଗବାନ ଥାଟ ଧରଣୀର ଇତିହାସେ ।4। XXXXXXXXXXXXXXXXXXXXXXXXXXXX ହେ ଅତୀତ! ତୁମେ ପାରିବ ତ କୁହ ନୂଆଁ ଦୁନିଆର କଥା, ପାରିବ ତ ଦିଅ ଝଡକୁ ଆଶୀଷ ଉନ୍ନତ କରି ମଥା ଦାନ କର ତବ ପୌରୁଷ ନିଆଁ, ଗଢିବାକୁ ଦିଅ ମୁକ୍ତ ଦୁନିଆ, ପୋଛିବାକୁ ଦିଅ ମନବ ଜୀବନୁ ଧନତନ୍ତ୍ରର ବ୍ୟଥା!! ।7। ©ରବି ସିଂ

ମଣିଷ(ରବି ସିଂ)

ମଣିଷକୁ ଥରେ ପଢ଼ପଢ଼,            ମଣିଷ ଠାରୁ କେ ଅଛି ବଡ,          ମଣିଷ ତ ବଡ଼ ଗ୍ରନ୍ଥ କିତାବ,  ସାରା ଦୁନିଆର କାରିଗର  । ମଣିଷକୁ ଥରେ ପଢ଼ ପଢ଼ ସୁନା ଋପା ହିରା ନୀଳା ମୋତି, ଆଣିଛି ମଣିଷ ମେହନତି, ତାଡିଛି ପଥର କାଟିଛି କୋଇଲା, ଚୁରି ବାର ବାର  ମେରୁ ହାଡ଼  । ମଣିଷକୁ ଥରେ ପଢ଼ ପଢ଼ ଉଆସ ନଅର  ରାଜବାଟୀ, ତୋଳିଛି ମଣିଷ ବେଠି ଖଟି, ଏଇ ରାଜଧାନୀ ସଚିବାଳୟର, ପ୍ରତିଟି ଇଟାର ଯେତେ ଯୋଡ଼  । ମଣିଷକୁ ଥରେ ପଢ଼ ପଢ଼ ରକତେ ଗୋଳାଇ ଚୁନବାଲି, ମୁଣ୍ଡର ଝାଳକୁ ତୁଣ୍ଡେ ମାରି, ମୁଠାଏତ ଚୁଡ଼ା ପିଠିରେ କୋରଡ଼ା, ଯତନ ନଗର କେତେ ବଡ଼  । ମଣିଷକୁ ଥରେ ପଢ଼ ପଢ଼ ରତ୍ନାକର ତଳେ ବୁଡ଼ିବୁଡ଼ି, ମଣିଷ ଆଣିଛି ରତ୍ନଚୁଡ଼ି, ପ୍ରୁଥିବୀ ମାଆର  ହାତେ ପିନ୍ଧାଇଛି, ଫୁଟାଇଛି କେତେ ଫୁଲ କଢ଼। ମଣିଷକୁ ଥରେ ପଢ଼ ପଢ଼ ସେ ମଣିଷ ଆଉ କେହିନୁହଁ, କାହିଁକି ଶୁଖିଛି ତାର ମୁହଁ, ଆଖି ତାର କିଆଁ ଲୁହ ଛଳଛଳ, ଗଣି ହୋଇଯାଏ ଛାତି ହାଡ଼। ମଣିଷକୁ ଥରେ ପଢ଼ ପଢ଼ ଏଇ କଥାର ତ କଇଫତ, ତୁମେ ହିଁ ଦେବରେ ଅଲବତ, କୁଟା ଖଣ୍ଡକୁ ଦିଖଣ୍ଡ କରେନି, ନିତି ନୂଆ ନୂଆ ଗାଡି ଚଢ଼  । ମଣିଷକୁ ଥରେ ପଢ଼ ପଢ଼ ଖଟିଖିଆ ଆଉ ଲୁଟିଖିଆ, ଦୁଇଟି ଜାତିର ଏ ଦୁନିଆ, ହୋଇଛି ଦି ଫାଳ ହୋଇଛି ପ୍ରବଳ, ଝଂଜା ତୋଫାନ ବାଲି ଝଡ଼  । ମଣିଷକୁ ଥରେ ପଢ଼ ପଢ଼ ମଣିଷ ଜାଗିବ ବୋଲି ଡରି, ପୋଷୁଛ ପୋଲିସ ମିଲିଟାରୀ, କରିଅଛ ତାକୁ

ବିସ୍ଫୋରଣ(ରବି ସିଂ)

ଦିନେ ଜଳୁଥିଲା ପରାଧୀନତାର କାଳ ସନ୍ଧ୍ୟାରେ ଘନ‐ଅନ୍ଧକାରେ ଶତ‐ଶିଖାୟିତ ମୁକ୍ତି‐ଆକୁଳ‐ବହ୍ନି, ଦିନେ ଉଠିଥିଲା ଲୋଲୁପୀ‐ରାଜ୍ୟ‐ଲୋଭୀ ଦାନବର ସଂହାର ପାଇଁ ଭୀମ ବେଗାନିଳ ଘୂର୍ଣ୍ଣି । ଫାଶୀମଞ୍ଚର ରକ୍ତ‐ଗଗନେ ଦିନେ ଫୁଟିଥିଲା ଶହୀଦର ତାରା‐ଫୁଲ, ଆଜି ଈପ୍ସିତ ସେହି ସ୍ୱାଧୀନତା‐ସ୍ୱର୍ଣ୍ଣ‐ଲଗନେ କିଏ ଦେଲା ତାର ମୂଲ୍ୟ ? ଦିନ ଥିଲା, ଯେବେ ଅନାଇଁ ଥିଲି ମୁଁ ସ୍ୱରାଜ‐ସୂର୍ଯ୍ୟେ ଦିଗ୍ ବଳୟର ଭାଲେ, ପାତିଥିଲି କାନ ଶୁଣିବାକୁ ସେବେ ପ୍ରଭାତୀ‐ପକ୍ଷୀର ଗାନ ମୁକ୍ତି‐ଆକୁଳ ମହା‐ଜନତାର କଂଠ ଐକ୍ୟତାନ ତା ହେଲେ ମୁଁ କ'ଣ ଥିଲି କବଳିତ ସେବେଳେ ଇନ୍ଦ୍ରଜାଲେ ? ସେ ବେଳର ସେହି ମୁକ୍ତି‐ପିପାସା ସେ ବେଳର ସେହି ସ୍ୱାଧୀନତ‐ଆଶା ଲକ୍ଷ୍ମଣ ପୁଣି ଉଚ୍ଛବ କିବା ବାଜିରାଉତର ହତ୍ୟା, ଜାଲିଆନାବାଗେ ରକ୍ତର ନଦୀ ସବୁକି ବନ୍ଧୁ ମିଥ୍ୟା ? ବାଘାଜତୀନ୍ ର ବାଘ‐ଗର୍ଜନ କୋଟି ଶହୀଦର ପ୍ରାଣ‐ବର୍ଜନ ସବୁ କି ଛଳନା,ସବୁ ପ୍ରତାରଣା ? ଗାନ୍ଧି କି ତେବେ ବିରାଟ ଗୋଟିଏ ଫନ୍ଦି ? 'ସ୍ୱାଧୀନତା' ନାମେ ପୁଣି କରିଗଲା ଏ ମହା‐ଜାତିକୁ ପରାଧୀନତାରଶୃଙ୍ଖଳ‐ବୁକେ ବଂଦୀ ? ମନେ ପଡେ ସବୁ, ସବୁ ମନେ ପଡେ ଯେ ଦିନ ଆସିଲି ଜନନୀ ଜଠର ମନ୍ଥି, ସେଦିନ ଥିଲା ମୋ' ଦେଶ‐ମାତୃକା ହାତେ ପରାଧୀନ‐ଗ୍ରନ୍ଥି । ଦୂରେ ଫୁଟୁଥିଲା କମାଣର ଗୋଳା ଜଳିଯାଉଥିଲା କେତେ ଖେତ‐ଖଳା ଖେଳ‐ତୋଟା ତଳେ ସୈନ୍ୟ‐ଛାଉଣି, ହତ୍ୟାର ମଂତ