ଏଇ ଆମରି ଗାଁ’ ସୁଜଳା ସୁଫଳା ଶସ୍ୟଶ୍ୟାମଳା ସ୍ଵର୍ଣପ୍ରସୂ ମା’ ଏଇଠି ନିତି ସଞ୍ଜେ ସଞ୍ଜେ କନକଚମ୍ପା ଫୁଟେ ଆମ୍ରଵନର ପତ୍ର ପୁଞ୍ଜେ କୋଇଲି ଡାକି ଉଠେ ନାରିକେଳର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ ଏଇ ଆମରି ଗାଁ’ ॥ ମୁଣ୍ଡର ଝାଳ ତୁଣ୍ଡରେ ମାରି ଏଇ ଗାଁ’ ଚଷାଭାଇ ବିଲ କାମରେ ଲାଗିଥାଏ ସେ ଖରା ବରଷା ସହି ପଉଷ ମାସେ ପାଚିଲା ଧାନ କାଟଇ ଧରି ଦା’ ଏଇ ଆମରି ଗାଁ’ ॥ ଏଇ ଗାଁ’ର ସକଳ ପିଲା ଆମେ ଭଉଣୀ ଭାଇ ପାଠ ପଢ଼ିଵା ଦେଶ ଗଢ଼ିଵା ପରାଣ ମନ ଦେଇ ଆମ ଧରମ କରମ ହେଵ ରଖିଵାକୁ ତା’ ନାଁ’ ଏଇ ଆମରି ଗାଁ’ ॥ ଏଇ ଗାଁରେ ଗଢ଼ାହୋଇଛି ମୋର ଏ’ ମର ପିଣ୍ଡ ଜୀଵନ ଶେଷେ ତା’ରି କୋଳେ ଗଡ଼ିଵ ଦିନେ ମୁଣ୍ଡ ମମତାମୟୀ କଲ୍ୟାଣମୟୀ ଦୁଃଖେ ସୁଖେ ସାହା ଏଇ ଆମରି ଗାଁ’ ॥ ••••••••••••••••••••••••••••••• ଚଳଚ୍ଚିତ୍ର: ଅଦିନମେଘ(୧୯୭୦) ଗୀତ : ଵୈକୁଣ୍ଠନାଥ ମହାନ୍ତି ଗାୟନ : ଗୀତା, ତୃପ୍ତି, ଵିଦ୍ୟୁତ, ଶୁକ୍ଳ ଓ ପ୍ରତିମା
କେହି ସରିକି , ପ୍ରଭୁ ପଣେ ନୀଳାଦ୍ରି କେଶରୀ କି ଯା ଠାରେ ପୂରିଛି ଦୁଖୀ ଜନ ଦୟା ନଖ ଠାରୁ ଶିଖା ସରିକି , କେହି ସରି କି...॥ କି କହିବା ଆଉ ତାଙ୍କ ଶ୍ରୀ ଚରଣେ ଅନୁସରଣ ଚାତୁରିକି... ବଜାଉଛନ୍ତି ବିଭୂଷଣ ଆଗରେ ଜଗତ ବିଜୟ ତୁରୀକି କେହି ସରି କି ...॥ ସାନକୁ ବଡ଼ କରିବାରେ ଉଡାଇ ଅଛନ୍ତି ଧ୍ୱଜ ମଞ୍ଜରୀ କି ଦେଖ ନାଗ ନର ଗନ୍ଧର୍ବ କିନ୍ନର ଉପରେ ଧୃବ ନଗରୀ କି କେହି ସରି କି...॥ କି କହିବି ତାଙ୍କ ପୀରତି କରିବା କୀରତି ଚନ୍ଦ୍ର ମାଧୁରୀ କି... ରଙ୍କ ବିପ୍ରପାଦ ଧୁଆଇ ଯା’ ଦେଲେ ରମା କରେ ରତ୍ନ ଝରିକି କେହି ସରି କି... ॥ କ୍ଷମା ସାଗର ଯେ ତାହାକୁ ଭଜିଲେ କାଳ କିଙ୍କରକୁ ଡ଼ରିକି ବୋଲେ କବି ସୂର୍ଯ୍ୟ ଆନ ଉପାୟକୁ ପେଲି ଦିଅ ଗିରି ଦରିକି କେହି ସରି କି... ॥