Skip to main content

Posts

Showing posts from May, 2020

ମାରଦା ନିର୍ଵାସନରେ ଶ୍ରୀଜଗନ୍ନାଥ

ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ ସୁନ୍ଦର ଏହି ସୃଷ୍ଟି । ସୃଷ୍ଟିର ସର୍ଜନା ଆଉ ସ୍ରଷ୍ଟାଙ୍କର ମନନଶୀଳତା । ପ୍ରତିଦିନ ସକାଳ ହୁଏ। ପ୍ରତ୍ୟୁଷରୁ ଅରୁଣିମା ସାରା ଜଗତକୁ ଲାଲିମା - କୃଷ୍ଣ କାଳୀମାର ମିଶାମିଶି ଫେଣ୍ଟା ଫେଣ୍ଟି ରଙ୍ଗରେ ପ୍ରତ୍ୟୁଷର ସୃଷ୍ଟିକୁ ରଙ୍ଗାୟିତ କରିଦିଏ। ପୂର୍ବ ଦିଗନ୍ତ କଅଁଳ ଗେରୁର ବର୍ଣ୍ଣବିବର୍ଣ୍ଣ ହୋଇଉଠେ। ଠିକ୍‌ ପରେ ପରେ ପ୍ରକାଶ ପାଏ ସୂର୍ଯ୍ୟଙ୍କର ସୁନା ସୁନାଥାଳିଆ ସୁନାରୂପ। କ୍ରମଶଃ ଆକାଶର ଶିଡ଼ି ଚଢ଼େ। ସ୍ୱର୍ଣ୍ଣିମା ରୂପାର ଝଲମଲ - ରଶ୍ମି ଆହୁରି ପ୍ରକାଶ ପାଏ। ଧରା ଆଲୋକିତ ହୋଇଯାଏ - ସୃଷ୍ଟିର ଜୀବନ ପ୍ରକ୍ରିୟାର କ୍ରୀୟାକର୍ମ ଯାଚନାର ଉତ୍ତରଣରେ ...। ଗହଳଚହଳ କର୍ମମୁଖର ହୋଇପଡ଼େ। ସୃଷ୍ଟି ପରିବର୍ତ୍ତନଶୀଳ। ସକାଳ ମଧ୍ୟାହ୍ନ, ଅପରାହ୍ନ- ସାଂୟାହ୍ନ, ସଂଧ୍ୟାର ସଂଜବତୀ ପରେ ପୁଣି ରଜନୀ ରାଣୀର ପଣତତଳେ ଅଭିଭୂତ ହୋଇଯାଆନ୍ତି ଏ ସୃଷ୍ଟିର ସମସ୍ତ ସ୍ଥିତି ସ୍ଥାପକ ଓ ସୃଷ୍ଟି। ବେଳ ଉଣ୍ଡି ସାଂଧ୍ୟ ଆକାଶରେ ପୃଥିବୀର ନିୟମମାନି ଦେଖା ଦିଅନ୍ତି ପୂର୍ଣ୍ଣ ଜହ୍ନ ତ’ କେବେ ଖଣ୍ଡିତ ବିଖଣ୍ଡିତ କିରଣର ଉତ୍ସରେ ଗାଧୋଇ ଦିଏ - ଏ ସ୍ରଷ୍ଟା ମନଚିନ୍ତନର ଶ୍ରେଷ୍ଠ କୃତିକୁ। ବିଛାଇ ଦିଏ ଈ