Skip to main content

Posts

Showing posts from July, 2025

କେହି ସରି କି(କଵିସୂର୍ଯ୍ୟ ବଳଦେଵ ରଥ)

କେହି ସରିକି ,  ପ୍ରଭୁ ପଣେ ନୀଳାଦ୍ରି କେଶରୀ କି ଯା ଠାରେ ପୂରିଛି ଦୁଖୀ ଜନ ଦୟା  ନଖ ଠାରୁ ଶିଖା ସରିକି , କେହି ସରି କି...॥ କି କହିବା ଆଉ ତାଙ୍କ ଶ୍ରୀ ଚରଣେ ଅନୁସରଣ ଚାତୁରିକି... ବଜାଉଛନ୍ତି ବିଭୂଷଣ ଆଗରେ ଜଗତ ବିଜୟ ତୁରୀକି କେହି ସରି କି ...॥ ସାନକୁ ବଡ଼ କରିବାରେ ଉଡାଇ ଅଛନ୍ତି ଧ୍ୱଜ ମଞ୍ଜରୀ କି ଦେଖ ନାଗ ନର ଗନ୍ଧର୍ବ କିନ୍ନର ଉପରେ ଧୃବ ନଗରୀ କି କେହି ସରି କି...॥ କି କହିବି ତାଙ୍କ ପୀରତି କରିବା କୀରତି ଚନ୍ଦ୍ର ମାଧୁରୀ କି... ରଙ୍କ ବିପ୍ରପାଦ ଧୁଆଇ ଯା’ ଦେଲେ ରମା କରେ ରତ୍ନ ଝରିକି କେହି ସରି କି... ॥ କ୍ଷମା ସାଗର ଯେ ତାହାକୁ ଭଜିଲେ କାଳ କିଙ୍କରକୁ ଡ଼ରିକି ବୋଲେ କବି ସୂର୍ଯ୍ୟ ଆନ ଉପାୟକୁ ପେଲି ଦିଅ ଗିରି ଦରିକି କେହି ସରି କି... ॥