Skip to main content

ମାଆ ମାଆ ବୋଲି ଡାକୁଛ

ମୁକୁର,ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମାନଙ୍କମଧ୍ୟରୁ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜ ସୁନ୍ଦର ଦାସ । ମୁକୁର ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଵାକୁ ଲାଗିଲା ।ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।

ଉତ୍କଳମାତାଙ୍କ ଵ୍ଯଥା "ମାଆ ମାଆ ବୋଲି ଡାକୁଛ କି" କଵିତା ମାଧ୍ୟମରେ କଵି ପ୍ରକାଶ କରିଛନ୍ତି ଓ ମତାନ୍ତରେ ଏହା ସୁପ୍ତ ଓଡ଼ିଆ ଜାତି ପାଇଁ ଏକ ଆହ୍ଵାନ ମୂଳକ ଉଦବୋଧନୀ କଵିତା କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ । ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ମାଆ ମାଆ ବୋଲି ଡାକୁଚ ମୋତେ ଜାତୀୟତାଵାଦୀ କଵିତାଟି ନିମ୍ନରେ ପ୍ରଦତ୍ତ କରାଗଲା ...

••••••••••ମାଆ ମାଆ ବୋଲି ଡାକୁଛ କି ?••••••••••

ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖପାସୋରା
କାହିଁ ଯାଇଁ ଚେଇଁ ଶୋଇଥିଲ ବାପ
ମୋ ମନ ନୟନ ତାରା ।।

ଦିଏଁ ନୀର କ୍ଷୀର ରୂପେ ମୋ ରୁଧୀର
ଵିଦାରି ହୃଦୟ ଯୋଗାଏଁ ଆହାର
ମୋ ସୁଖ ସମ୍ପଦ କରିଅଛି ଜୂର
ଭୂଲି ଯାଉଅଛ ପରା ।।

ମୁଣ୍ଡ ଗଣ୍ଡି ମୋର ହୋଇ ଖଣ୍ଡ ଖଣ୍ଡ
ମୋ ସୁନା ସଂସାର ହେଲା ଲଣ୍ଡ ଭଣ୍ଡ
ଦେଖୁଥିଵ କିରେ ମା’ର ଏହି ଦଣ୍ଡ
ମୋ ଦିନ—ସରା—ପସରା ।।

ହାତ ଓଠ ଧରି କହୁଛି ରେ ଧନ
ମୋ ଦୁଃଖ ନାଶନେ ବଳା ଏଵେ ମନ
ଛାଡ଼ ହିଂସା ଦ୍ଵେଷ ମାନ ଅଭିମାନ
ମାତା—ଦୁଃଖ—ଶୋକହରା ।।

ମୋ ବାପ ପରାରେ ଜଗତର ପିତା
ଦୁଃଖିନୀ ବୋଲି କି ହେଵି ତାଙ୍କୁ ପିତା
ପୂତ ବଳେ ମୁଁ ତ ହେଵି ଜଗଜ୍ଜିତା
ପୁଏ ପଣ କଲେ ପରା ।।

©ଶ୍ରୀବ୍ରଜସୁନ୍ଦର ଦାଶ

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...