Skip to main content

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ ।
ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।






    ✓✓✓✓ସମାର୍ଥବୋଧକ✓✓✓✓

ଲଜ୍ଜା ବିହୁନେ ଲଜ୍ଜାହୀନ
ନିର୍ଲଜ୍ଜ ସହ ସେ ସମାନ

କେବେ ସେ ହୁଅ ଅଲଜ୍ଜ
ସମାର୍ଥ ଶବ୍ଦ ଦେଖ ସଜ

କେବେ କେ କହେ ତ୍ୟକ୍ତଲଜ୍ଜ
ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ

ଦଧୃକ କେବେ କେବେ ଧିକ
ନେଭଡ଼ା ଆଉ କେବେ ଧୃଷ୍ଟ

ନିକଟା ନିକଟି ନିକିଟା
ନିକିଟି ନିଠୁଆ ନିକୁଟା

ନିର୍ଘୃଣ ନିର୍ଦ୍ଦର ନିର୍ବର
ନିଲଠା ନିଲାଜ ବହଳ

ବିଶର୍ମା ବିଲଜ୍ଜ ବେଜଡ଼ା
ବେଲଜ୍ୟା ବେହିଆ ଅବ୍ରୀଡ଼ା

ଭାଣ୍ଡ ଭାରଦା ମୁହଁଚୋରା
ଭେଶିଆ ଭେଶଡ଼ା ଭେଶେରା

ଭେରେଷା ମୋଟାଚମ ମ୍ଲାନ
ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ

ସ୍ଥଗ ଓ ଧୂର୍ତ୍ତ ଠଗ ପରା
ହେର୍ଷାମୀ ପାଇଁ ହ୍ୱନ୍ତି ଧରା

ହେରେସା ଅବା ହେଠମୁହାଁ
ଏ ସବୁ ଶବ୍ଦର କିମିଆଁ

ଭାଷାକୋଷରୁ ପଢ଼ିଗଲି
ସୁଧୀଙ୍କ ପାଇଁ ପରଶିଲି

...........
....
..
.

ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା...

●ଲଜ୍ଯାହୀନ
●ନିର୍ଲଜ
●ଅଲଜ୍ଜ
●ତ୍ଯକ୍ତଲଜ୍ଜ
●ନୁର୍ଲଜ୍ଜ
●ଦଧୃକ
●ଧିକ
◆ନେଭେଡା଼
●ଧୃଷ୍ଟ
●ନିକଟା
●ନିକଟି
●ନିକିଟା
●ନିକିଟି
●ନିଠୁଆ
●ନିକୁଟା
●ନିର୍ଘୃଣ
●ନିର୍ଦ୍ଦର
●ନିର୍ବର
●ନିଲଠା
●ନିଲାଜ
●ବହଳ
●ବିଶର୍ମା
●ବିଲଜ୍ଜ
●ବେଜଡ଼ା
●ବେଲଜ୍ୟା
●ବେହିଆ
●ଅବ୍ରୀଡ଼ା
●ଭାଣ୍ଡ
●ଭାରଦା
●ମୁହଁଚୋରା
●ଭେଶିଆ
●ଭେଶଡ଼ା
●ଭେଶେରା
●ଭେରେଷା
●ମୋଟାଚମ
●ମ୍ଲାନ
●ଲେବଡ଼ା
●ସେଁର୍ରା
●ଲଜ୍ଜାଶୂନ୍ୟ
●ସ୍ଥଗ
●ଧୂର୍ତ୍ତ
●ହେରେସା
●ହେଠମୁହାଁ

ତେଵେ ନିର୍ଲଜର ଆହୁରି ଅନେକ ପ୍ରତିଶବ୍ଦ ନିଶ୍ଚୟ ଆମ ଭାଷାରେ ଥିଵ । ଆପଣଙ୍କ ଅଞ୍ଚଳରେ ନିର୍ଲଜ ଲୋକଙ୍କୁ କଣ୍ କୁହନ୍ତି ଲେଖି ନିଶ୍ଚୟ ଜଣାନ୍ତୁ ।

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ଏଇ ଆମରି ଗାଁ(ଅଦିନ ମେଘ)

ଏଇ ଆମରି ଗାଁ’  ସୁଜଳା ସୁଫଳା ଶସ୍ୟଶ୍ୟାମଳା ସ୍ଵର୍ଣପ୍ରସୂ ମା’ ଏଇଠି ନିତି ସଞ୍ଜେ ସଞ୍ଜେ କନକଚମ୍ପା ଫୁଟେ  ଆମ୍ରଵନର ପତ୍ର ପୁଞ୍ଜେ କୋଇଲି ଡାକି ଉଠେ  ନାରିକେଳର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ  ଏଇ ଆମରି ଗାଁ’ ॥ ମୁଣ୍ଡର ଝାଳ ତୁଣ୍ଡରେ ମାରି ଏଇ ଗାଁ’ ଚଷାଭାଇ  ବିଲ କାମରେ ଲାଗିଥାଏ ସେ ଖରା ବରଷା ସହି  ପଉଷ ମାସେ ପାଚିଲା ଧାନ କାଟଇ ଧରି ଦା’ ଏଇ ଆମରି ଗାଁ’ ॥ ଏଇ ଗାଁ’ର ସକଳ ପିଲା ଆମେ ଭଉଣୀ ଭାଇ ପାଠ ପଢ଼ିଵା ଦେଶ ଗଢ଼ିଵା ପରାଣ ମନ ଦେଇ ଆମ ଧରମ କରମ ହେଵ ରଖିଵାକୁ ତା’ ନାଁ’ ଏଇ ଆମରି ଗାଁ’ ॥ ଏଇ ଗାଁରେ ଗଢ଼ାହୋଇଛି ମୋର ଏ’ ମର ପିଣ୍ଡ  ଜୀଵନ ଶେଷେ ତା’ରି କୋଳେ ଗଡ଼ିଵ ଦିନେ ମୁଣ୍ଡ  ମମତାମୟୀ କଲ୍ୟାଣମୟୀ ଦୁଃଖେ ସୁଖେ ସାହା ଏଇ ଆମରି ଗାଁ’ ॥ ••••••••••••••••••••••••••••••• ଚଳଚ୍ଚିତ୍ର: ଅଦିନମେଘ(୧୯୭୦) ଗୀତ : ଵୈକୁଣ୍ଠନାଥ ମହାନ୍ତି  ଗାୟନ : ଗୀତା, ତୃପ୍ତି, ଵିଦ୍ୟୁତ, ଶୁକ୍ଳ ଓ ପ୍ରତିମା