Skip to main content

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି ।
ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ ରସିରେ ବାନ୍ଧି ଦେଇଥିଲା ।ପିଜୁଳି ଫୁଲରୁ ଫଳ ଧରି ମାଠିଆ ଭିତରେ ବଡହୋଇ ପାଚିଗଲା ।ରାଜକନ୍ୟା ସେହି ପାଚିଲା ପିଜୁଳିଟି ଆଣି ତାକୁ ଚାରିଖଣ୍ଡ କରି ମଦାଂଗ ଫୁଲରେ ଚାରିପାନ ଔଷଧ ପ୍ରସ୍ତୁତ କରି ରାଜାଂକ ହାତରେ ବେଗମଂକ ନିକଟକୁ ପଠାଇଲେ ।ସେହି ଚାରିପାନ ଔଷଧ ସେବନ କରି ବେଗମ ସଂମ୍ପୁର୍ଣ ସୁସ୍ଥ ହୋଇଗଲେ ।ଏଥିରେ ବେଗମ ସାହେବା ଖୁସି ହୋଇ ବାଦଶାହାଂକ ହାତରେ ତାଂକ ଗଳାର ରତ୍ନହାରଟିକୁ ଉପହାର ସ୍ବରୁପ ପଠାଇଲେ ।ବାଦଶାହା ଟୁସୁମନୀକୁସେହି ଉପହାର ଦେବାପାଇଁ ସୀତାନାଥଂକ ରାଜଉଆସକୁ ଆସିଥିବା ବେଳେ ତାର ରୂପ ଲାବଣ୍ୟରେ ବିମୋହିତହୋଇ ତାକୁ ପାଇବା ପାଇଁ ବ୍ୟାକୁଳ ହୋଇପଡିଲେ ଏବଂ ନିଜର ମନର କଥା ରାଜାଂକ ନିକଟରେ ବ୍ୟକ୍ତ କଲେ ।କ୍ରୋଧ ଜର୍ଜରିତ ରାଜା ଅନ୍ୟକୌଣସି ବାଟ ନପାଇ  ବାଦଶାହାଂକ ଲୋଲୁପ ଦୃଷ୍ଟିରୁ ନିଜର ଝିଅକୁ ବଂଚାଇବା ପାଇଁ ଗୋପନରେ ଅନ୍ୟ ରାଜ୍ୟକୁ ପଠାଇଦେଲେ ।ବାଦଶାହା ଟୁସୁମନୀର ପଛେ ୨ ଯାଇ ସେହି ରାଜ୍ୟରେ ପ୍ରବେଶ କଲେ ।ବାଦଶାହାଂକ ଭୟରେ କୌଣସି ରାଜା ଟୁସୁମନୀକୁ ଆଶ୍ରୟ ଦେଲେନାହିଁ ।ଜୀବନ ବିକଳରେ ଟୁସୁମନୀ ପାହାଡ ପରେ ପାହାଡ ଅତିକ୍ରମ କରି ଚାଲିଥାଏ  ।ତାକୁ ଅନୁସରଣ କରୁଥାଏ ନାରୀମାଂସ ଲୋଭୀ ପିଶାଚ ପ୍ରବୃତ୍ତିର ବାଦଶାହା ।ଶେଷରେ ଟୁସୁମନୀ ଏକ ଆଦିବାସୀ ବସ୍ତିରେ ପହଂଚିଲା ଯେଉଁଠାରେ ସେଠାକାର ଆଦିବାସୀମାନେ ସେମାନଂକ ଦେବତାଂକୁ ଘୁଷୁରି ବଳି ଦେଇ ପୂଜା କରିବା ପରେ ଏକତ୍ରିତ ହୋଇ ନାଚରେ ମାତିଥାନ୍ତି ।ଟୁସୁମନୀ ସେହି ନାଚରେ ସାମୀଲ ହୋଇଗଲା ।ବାଦଶାହା ଘୁଷୁରି ବଳି ଦେଖି ଫେରିଆସିଲେ ।ଟୁସୁମନୀଠାରୁ ସମସ୍ତ ବିଷୟ ଶୁଣି ଆଦିବାସୀ ସର୍ଦ୍ଦାର ତାକୁ ଆଶ୍ରୟ ଦେଲେ ଓ କିଛିଦିନପରେ ତାର ବାପାଂକ ପାଖରେ ଛାଡିଦେଇ ଆସିଲେ ।ଟୁସୁମନୀ ଫେରିବାର ଖବର ଗୁପ୍ତଚରଠାରୁ ଶୁଣି ବାଦଶାହା ପୁଣି ସୀତାନାଥଂକ ରାଜ୍ୟକୁ ଆକ୍ରମଣ କଲେ ।ସୀତାନାଥ ଏ ବିପଦରୁ ନିଜ ଝିଅକୁ ତଥା ରାଜ୍ୟକୁ କିପରିରକ୍ଷା କରିବେ ଏହି ଚିନ୍ତା କରୁଥିବା ସମୟରେ ଟୁସୁମନୀ ରାଜାଂକୁ ବୁଝାଇ କହିଲା ଯେ ଜଣକ ଜୀବନ ପାଇଁ କାହିଁକି ରାଜ୍ୟର ଲକ୍ଷଲକ୍ଷ ଧନଜୀବନ ନଷ୍ଟ ହେବ ବରଂ ସେ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବ ।ବାପାଂକୁ ପ୍ରଣାମ କରି ଟୁସୁମନୀ ରାଜ୍ୟ ସୀମା ପରିହେଇଗଲା ।ବାଦଶାହା ଏ ଖବର ପାଇ ତାର ଅନୁଧାବନ କଲେ ।କ୍ଲାନ୍ତ  ,ଅବସନ୍ନ ଟୁସୁମନୀକୁ ଅନୁସରଣ କରୁଥାନ୍ତି ଏକ ବିଶାଳ ସେନାଓ ବାଦଶାହା ନିଜେ ।ଟୁସୁମନୀ ଜଂଗଲମଧ୍ୟରେ ଭୀତକ୍ରସ୍ତ ହରିଣୀଟିଏ ଭଳି ଦୌଡି ଚାଲିିଥାଏ ।ଶେଷରେ ସେ ଉପନୀତ ହେଲା ଏକ ଭରା ନଦୀ ସମ୍ମୁଖରେ ।ପଛରେ ଦେଖିଲା ବନାଗ୍ନୀ ଭଳି ସୈନ୍ୟମାନଂକ ସହ ନରରାକ୍ଷସ ବାଦଶାହା ।ଲମ୍ଫ ପ୍ରଦାନ କଲା ସେହି ନଦୀକୁ ।ବ୍ୟର୍ଥମନୋରଥ ବାଦଶାହା ନଦୀର ବକ୍ଷକୁ ଦୃଷ୍ଟି ନିକ୍ଷେପ କରି ସୈନ୍ୟମାନଂକୁ ଫେରିଯିବାପାଇଁ ଆଦେଶ ଦେଲେ । ତେବେ ଆଜିପାଇଁ  ରହୁଛି ।ସମସ୍ତଂକୁ ଶୁଭରାତ୍ରି ଓ ଜୟ ଜଗନ୍ନାଥ  ।

©ଭଵେଶ କର

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...