Skip to main content

ବିଷୁବର ଆହ୍ଵାନ

ଇଂରାଜି କବି ଟି.ଏସ୍.ଏଲିୟଟ
ତାଙ୍କର ଗୋଟିଏ କବିତା ଅଛି ଯାହାର ନାମକୁ ଆମେ ପୋଡାମାଟି ବୋଲି ଅନୁବାଦ କରିପାରିବା । ସେହି କବିତାରେ ସେଲେଖିଛନ୍ତି ଯେ ଏପ୍ରିଲ ମାସ ନିର୍ମମ ନିଷ୍ଠୁରର । ଏହି ମାସରେ ବାସନ୍ତୀ ବର୍ଷା ଝରେ ଥୁଣ୍ଟାଗଛର ଶିଅକୁ ଥରାଇ । କିନ୍ତୁ ଆମଭାରତୀୟଙ୍କ ନିମନ୍ତେ, ଓଡିଆଙ୍କ ନିମନ୍ତେ ଏପ୍ରିଲ ଏକ ଧର୍ମ ମାସ । ଏପ୍ରିଲ ୧୪ରେ ଆମେ ପଣା ସଙ୍କ୍ରାନ୍ତି ପାଳୁ ଯାହାକୁ ବଙ୍ଗଳାରେ “ପଏଲା ବୈଶାଖ”,ଆସାମରେ “ବିହୁ”, କେରଳରେ ବିଷୁ ଏବଂ ପଞ୍ଜାବରେ “ବୈଶାଖୀ”, ଏପରି ବିଭିନ୍ନ ନାମରେ କହନ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତି । ସଂକ୍ଷେପରେ ଏହି ଦିନରୁବୈଶାଖ ମାସ ଆରମ୍ଭ ହୁଏ ଓ ଆଷାଢ,କାର୍ତିକ, ମାଘ ମାସ ପରି ବୈଶାଖ ଏକବିଶିଷ୍ଟ ମାସ ଓ ଧର୍ମମାସ । ଏହାକୁ ଆମେ ଓଡିଆମାନେ “ଆକାମାବୈ” କହୁ । ବୈଶାଖ ବ୍ରତ ପାଳନ କରାଯାଏ ଯାହା କାର୍ତିକବ୍ରତ ଅନୁରୂପ, ହବିଷ କରିବା, ଆକାଶଦୀପ ଜାଳିବା ଆଦି ଏହାର ନିର୍ଦ୍ଧେଶିତ ବିଧି । ପ୍ରାୟତଃ ଏପ୍ରିଲ ମାସ ଆରମ୍ଭରୁ ଚୈତ୍ର ପୂର୍ଣ୍ଣିମା ପଡେ । ତାହାର ୧୨ ଦିନ ପୂର୍ବରୁ ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁମାନେ ନୂଆ ବର୍ଷ ପାଳନକରନ୍ତି ଯାହାକୁ ଆନ୍ଧ୍ରପ୍ରାନ୍ତରେ “ୟୁଗାଦି” ବା ଯୁଗର ଆଦି କହନ୍ତି । ଏପ୍ରିଲ ମାସର ବିଶେଷକଥା ହେଉଅଛି ଏହି ମାସରେ ଦଣ୍ଡ ଯାତ୍ରା ହୁଏ ।ଏହି ଯାତ୍ରା ଦଳିତ ଏବଂ ଜନଜାତିରଲୋକମାନଙ୍କର ବଡ ଯାତ୍ରା । କିନ୍ତୁ ଏଥିରେବ୍ରାହ୍ମଣମାନେ ମଧ୍ୟ ଯୋଗ ଦିଅନ୍ତି ।

ଏହି ଦଳିତଆଦିବାସୀ ଦଣ୍ଡ ଯାତ୍ରାର ମୁଖ୍ୟ କର୍ତା ଏବଂ ତାକୁପ୍ରଭୁଙ୍କର କୃପା ପାଇବାକୁ ବ୍ରତୀ ବ୍ରାହ୍ମଣ, କରଣ,ପଧାନ ପାଇକ ସମସ୍ତେ ମୁଣ୍ଡିଆ ମାରି କାମନାଘରେ ରହନ୍ତି । କାଷ୍ଠା ବିଧି ପାଳନ୍ତି । ଝାମୁନିଆଁରେ ଚାଲନ୍ତି ବା ପାଟୁଆ ହୁଅନ୍ତି । ମାସେକାଳ ଦଣ୍ଡ ନାଚରେ ମଧ୍ୟ ଭାଗ ନିଅନ୍ତି ।ଏହି ଝାମୁ ନିଆଁରେ ଚାଲିବା କାକଟପୁରମଙ୍ଗଳା ଓ ଝଙ୍କଡ ସାରଳାଙ୍କ ପୀଠଠାରୁବାଲେଶ୍ୱର ଚନ୍ଦନେଶ୍ୱରଙ୍କ ମନ୍ଦିରରେ ଚଡକଯାତ୍ରା ଆଦି ଓଡିଶାର ଶହ ଶହ ସ୍ଥାନରେ ଭକ୍ତିଓ ନିଷ୍ଠାର ସହ ପାଳିତ ହୁଏ । ମାସ ମାସାଧିକକାଳ ଫୁଲବାଣୀଠାରୁ ଆରମ୍ଭ କରି  ବହୁଜାଗାରେ ଦଣ୍ଡଯାତ୍ରା ପାଳିତ ହୁଏ । ଏହା ଛଡାଝାଡେଶ୍ୱରୀ ଆଦି ଠାକୁରାଣୀଙ୍କ ପୀଠରେ ଝାମୁଯାତ୍ରା ପାଳିତ ହୁଏ । ଆଜି ମଧ୍ୟ ପିଲାଙ୍କୁକେତେକ ବିଶିଷ୍ଟ ରୋଗରେ ସବୁ ଜାତିର ଲୋକନିତେଇ ମା ଧୋବଣୀ ପିତେଇ ମା ସଉରୁଣୀଙ୍କଅମୋଘ ଅନୁକମ୍ପାରୁ  ପିଲାର ଆରୋଗ୍ୟନିମନ୍ତେ ଦଳିତବର୍ଗର ସାଧକମାନଙ୍କରଦ୍ୱାରସ୍ଥ ହୋଇଥାଆନ୍ତି । ଏହି ମନ୍ତ୍ରତନ୍ତ୍ରରଅଧିକାରୀ ମାନେ ସମାଜରେ ସନ୍ଥର ସମ୍ମାନପାଇଛନ୍ତି ।, ସିଦ୍ଧସାଧକର ସମ୍ମାନ ପାଇଛନ୍ତି ।ଏହା ସାରା ଭାରତରେ ଦେଖାଯାଇଥାଏ ।ହିନ୍ଦୁ ସମାଜରେ ଏପରି ଧାର୍ମିକ ସମରସତାର ଅନ୍ୟ ବିଶିଷ୍ଟ ଉଦାହରଣ ହେଉଅଛି ମୁସଲମାନ ପୀରଙ୍କୁ ସତ୍ୟପୀରବା ସତ୍ୟନାରାୟଣ ଭାବରେ ଭକ୍ତିର ସହିତସମସ୍ତଙ୍କ ପରିବାରରେ ପୂଜା କରାଯାଇଥାଏ । ଷୋଳପାଲା ବା ପୂଜା ପରେସମାପ୍ତ ହୁଏ ମାନସିକ । ଯେଉଁମାନେ ହିନ୍ଦୁଧର୍ମ ଏବଂ ହିନ୍ଦୁ ସମାଜ ସମ୍ପର୍କରେଗବେଷଣା କରିବାରେ ନିଜକୁ ନିୟୋଜିତକରିଛନ୍ତି ସେମାନେ ଏହି ବିଭାବଟିକୁ ଲକ୍ଷ୍ୟକରି ଆଶ୍ଚର୍ଯ୍ୟ ହୁଅନ୍ତି ।ହିନ୍ଦୁ ସମାଜ ବହୁ ଜାତିର ଲୋକଙ୍କୁ ନେଇଗଠିତ ଏବଂ ସମସ୍ତ ଭେଦ ଥିଲେ ସୁଦ୍ଧାନିର୍ଭେଦତ୍ୱ ଆନୟନ କରିବାରେ ହିନ୍ଦୁ ସମାଜକେତେ ଉଦାର ଏବଂ ସହିଷ୍ଣୁ ତାହା ଏହିଗବେଷକମାନଙ୍କୁ ବିସ୍ମିତ କରିଥାଏ । ହିନ୍ଦୁମାନେ ଭେଦକୁ ସ୍ୱୀକାର କରୁଥିଲେ ସୁଦ୍ଧା ନିର୍ଭେଦ ବା ଭେଦବିହୀନ ସଂହତି ପ୍ରତିଷ୍ଠା ବିଶ୍ୱରେ ବିରଳ । ବିଷୁବ ସଂକ୍ରାନ୍ତି ଏହିସାମାଜିକ ସଂହତିର ପ୍ରତୀକ । ସମାଜରେପ୍ରତ୍ୟେକ ଭେଦ ସାମାଜିକ ଶୃଙ୍ଖଳାଆଣିବାରେ ସହାୟକ ହେଲେ ସମାଜ ଉନ୍ନତିକରିବ । ଭେଦର ଉପସ୍ଥିତିରେ ନିର୍ଭେଦତାର,ଭେଦବିହୀନତାର ପ୍ରତିଷ୍ଠା ଏକ ହିନ୍ଦୁସମାଜର ବୈଜ୍ଞାନିକ ପ୍ରୟୋଗ । ହିନ୍ଦୁ ପୁରାଣରେ ୫୦୦୦ ବର୍ଷ ତଳୁ ଏହି ସମରସତାର ଐକ୍ୟର ବର୍ଣ୍ଣନା ମିଳେ । କ୍ଷତ୍ରିୟ ଶାନ୍ତନୁ ଦଳିତ ବର୍ଗର ସତ୍ୟବତୀଙ୍କୁବିବାହ କରିଥିଲେ ଓ ଏହି ପତ୍ନୀଙ୍କ ଗର୍ଭରୁ ଜନ୍ମନେଇଥିବା ପୁତ୍ରକୁ ରାଜା କରିଛନ୍ତି ।ରାମାୟଣରେ ଦଳିତବର୍ଗର ସମାଲୋଚନାକୁଅକୁଣ୍ଠିତ ସମ୍ମାନ ଦେଇ ଭଗବାନ ରାମଚନ୍ଦ୍ରପତ୍ନୀ ସୀତାଙ୍କୁ ବାଳ୍ମିକୀଙ୍କ ଆଶ୍ରମରେ ଆଶ୍ରୟପାଇବା ଆଶାରେ ଛାଡି ଆସିଛନ୍ତି । ସେହିଐକ୍ୟ ଆଜି ପର୍ଯ୍ୟନ୍ତ ସେହି ଐକ୍ୟସ୍ଥାପନର ଧାରାଆଜିର ଦଣ୍ଡ ପାଟୁଆ ଯାତ୍ରାରେ ଜାତିନିର୍ବିଶେଷରେ ପାଳିତ ହେଉଅଛି । ପଣା ସଂକ୍ରାନ୍ତିହନୁମାନଙ୍କ ଜୟନ୍ତୀ  । ଏହି ଦିନ ବୃନ୍ଦାବତୀଙ୍କୁଶୀତଳତାର ସ୍ପର୍ଶ ଦେବା ପାଇଁ ଛାମୁଣ୍ଡିଆ କରିପାଣି ଦେବାର ବିଶେଷ ବ୍ୟବସ୍ଥା କରାଯାଏ ।ହିନ୍ଦୁ ଧର୍ମଶାସ୍ତ୍ରରେ ବନସ୍ପତି ଏବଂ ଓøଷଧୀୟବୃକ୍ଷଲତା ଶାନ୍ତିଲାଭ କରିବାର ପ୍ରୟାସ ଏବଂପ୍ରାର୍ଥନା କରିବାର ନିଦେ୍ର୍ଧଶ ଅଛି । ଗୃହସ୍ଥମାନଙ୍କୁପଶୁ ପକ୍ଷୀମାନଙ୍କର ତୃଷା ନିବାରଣ ପାଇଁପାନୀୟ ଜଳ ଯୋଗାଇବାର ସ୍ୱତନ୍ତ୍ର ବ୍ୟବସ୍ଥାକରିବାକୁ କୁହାଯାଇଅଛି । ବିଷୁବ ସଙ୍କ୍ରାନ୍ତି ନୂଆବର୍ଷ ଆରମ୍ଭର ଦିନ । ଆଗାମୀ ବର୍ଷ ମଙ୍ଗଳମୟହେବା ପାଇଁ ଆବାଳବୃଦ୍ଧବନିତା ପ୍ରାର୍ଥନା କରନ୍ତି ।ପଣା ଭୋଗ କରି ସ୍ୱଜନପରିଜନଙ୍କ ମେଳରେସେହି ପଣାକୁ ସେବନ କରି ମିତ୍ରତାର ଭାବନାଜାଗ୍ରତ କରାଯାଏ । ଓଡିଆ ନବବର୍ଷ ମୈତ୍ରୀଏବଂ ସଦ୍ଭାବର ଦିନ । ବନ୍ଧୁତ୍ୱର ଦିନ ।ଆଜି ଗଣତାନ୍ତ୍ରିକ ଶାସନବ୍ୟବସ୍ଥାରେବିଭାଜକ ଶକ୍ତିମାନେ ତୁଣ୍ଡରେ ସଂହତି,ସଂପ୍ରୀତିର କଥା କହୁଥିଲେ ହେଁ ଭୋଟ ପାଇଁଭୋଟରମାନଙ୍କୁ ବିଭାଜିତ କରିବାରେ ନିଜରସମସ୍ତ ଶକ୍ତି ନିୟୋଜିତ କରୁଛନ୍ତି ।ଧର୍ମଧାରଣା ଛଡା ବିଷୁବ ସଙ୍କ୍ରାନ୍ତିରବୈଜ୍ଞାନିକତା ମଧ୍ୟ ବିଚାର୍ଯ୍ୟ । ସୂର୍ଯ୍ୟ ସକଳଶକ୍ତିର ଆଧାର ବୋଲି ହିନ୍ଦୁମାନେ ବହୁଶତାବ୍ଦୀ ପୂର୍ବରୁ ଜାଣିଥିଲେ । ସୂର୍ଯ୍ୟ ସହସ୍ରାଂଶୁ,ତେଜୋରାଶି ତଥା ଜଗତ୍ପତି । ଅନେକରୋଗରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କୁ  ଅର୍ଘ୍ୟଦାନ କରନ୍ତି । ସେଥିପାଇଁ ବିଷୁବ ସଙ୍କ୍ରାନ୍ତିରେସୂର୍ଯ୍ୟଙ୍କୁ ପୂଜା କରାଯାଏ । ହିନ୍ଦୁ ପୁରାଣରେସୂର୍ଯ୍ୟଙ୍କର ଶକ୍ତିଲାଭ କରିବା ପାଇଁ ପ୍ରଚେଷ୍ଟାକରିବାକୁ ଉଦାହରଣ ଦିଆଯାଇଅଛି ।ଅତଃ ଆଜି ବିଷୁବର ଆହ୍ୱାନ ହେଉଅଛିଆମକୁ ଉକ୍ରୃଷ୍ଟ ଭାରତ ନିର୍ମାଣ ପାଇଁ ଏହିଦିବସର ଐକ୍ୟ, ସଂପ୍ରୀତି ଏବଂସଦ୍ଭାବନାକୁ ପାଥେୟ କରିବାକୁ ହେବ ।ଭାରତୀୟମାନେ ଭାରତର ଉକ୍ରର୍ଷତାକୁସ୍ୱୀକାର ନକଲେ ଉକ୍ରୃଷ୍ଟ ରାଷ୍ଟ୍ର ନିର୍ମାଣବିଡମ୍ବିତ ହେବ । ନିଜ ପରମ୍ପରା ସୂତ୍ରରେପ୍ରାପ୍ତ ବୈଶିଷ୍ଟ୍ୟକୁ ମାନିବାକୁ ହେବ ଏବଂତାହା ହିଁ ଆଜି ବିଷୁବର ଆହ୍ୱାନ ।

ଡ଼ ପ୍ରଫୁଲ୍ଲ କୁମାର ରଥ

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...