Skip to main content

ଅଗ୍ରଦୂତ(ରବି ସିଂ)


ଏଇ ଭାରତର ହେ ମହାମାନବ! ଯୋଗୀ,ଋଷି, ସାଧୁଦଳ
ଚିରଦିନ ତୁମେ ଆମ ପ୍ରିଯ ଜନ ଥିଲ ଥିବ ଥିଲ ଥିବ ଚିର କାଳ
ସୁଖୀ ଉନ୍ନତ୍ତ ନବୀନ ଭାରତ
ଦେଖିବାକୁ ହେଲେ ରକ୍ତ ପ୍ରଭାତ,
ଚାଖିବାକୁ ହେଲେ ମୁକ୍ତିର ମଧୁ ହାତେ ଲୋଡା ହତିଆର!।1।

ତୁମ ଧର୍ମୀୟ-ଧାରଣା ପଥରେ ସମ୍ଭବ ନୁହେ ମୁକ୍ତି,
ତମ ନିର୍ଦ୍ଦେଶ ମାନିଲେ ମଣିଷ ଶିଖିବେ ତ ରାଜଭକ୍ତି!
ଆମେ ଆଧୁନିକ ଯୁଗର ଯୁଆନ
ସହଚର ଆମ ଝଞ୍ଜା ତୋଫାନ,
ବିପ୍ଳବ ଆମ ମହାଉତ୍ସବ, ଚହୁଁନା ସାଲିସ ଚୁକ୍ତି।2।

ନିତି ନୂଆଁ ନୁଆଁ ମୂଲ୍ୟବୋଧର ଆମେରେ ଅଗ୍ରଦୂତ,
ଆମ ଗତି ପଥେ ଶୋଷଣବାଦର ଦୁର୍ଗମ ଗତିପଥ
ଆମେ ତ ବିହଗ ନଷ୍ଟ ନୀଡର
ଅମେ ତ ବିରୋଧୀ ବନ୍ଧବାଡର
ବନ୍ଧନ ହରା କଣ୍ଠେ ଆମର ପ୍ରଗତିର ସଙ୍ଗୀତ ।3।

ନିତିଦିନ ଆମେ ତିଳେ ତିଳେ ମରୁ ପୁଞ୍ଜିବାଦର ବିଷେ,
ଯଉବନ ଆମ ଜର୍ଜର ସଦା ଅଭାବର ଉପହାସେ,
ଆମେ ଏ ସବୁର ନେବୁ ପ୍ରତିଶୋଧ,
ଆମେ ବେସ।ଲିସ ଆମେ ଦୁର୍ମଦ,
ସ୍ଖଳିତ ଝଡର ବେଗବାନ ଥାଟ ଧରଣୀର ଇତିହାସେ ।4।

XXXXXXXXXXXXXXXXXXXXXXXXXXXX

ହେ ଅତୀତ! ତୁମେ ପାରିବ ତ କୁହ ନୂଆଁ ଦୁନିଆର କଥା,
ପାରିବ ତ ଦିଅ ଝଡକୁ ଆଶୀଷ ଉନ୍ନତ କରି ମଥା
ଦାନ କର ତବ ପୌରୁଷ ନିଆଁ,
ଗଢିବାକୁ ଦିଅ ମୁକ୍ତ ଦୁନିଆ,
ପୋଛିବାକୁ ଦିଅ ମନବ ଜୀବନୁ ଧନତନ୍ତ୍ରର ବ୍ୟଥା!! ।7।

©ରବି ସିଂ

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ଏଇ ଆମରି ଗାଁ(ଅଦିନ ମେଘ)

ଏଇ ଆମରି ଗାଁ’  ସୁଜଳା ସୁଫଳା ଶସ୍ୟଶ୍ୟାମଳା ସ୍ଵର୍ଣପ୍ରସୂ ମା’ ଏଇଠି ନିତି ସଞ୍ଜେ ସଞ୍ଜେ କନକଚମ୍ପା ଫୁଟେ  ଆମ୍ରଵନର ପତ୍ର ପୁଞ୍ଜେ କୋଇଲି ଡାକି ଉଠେ  ନାରିକେଳର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ  ଏଇ ଆମରି ଗାଁ’ ॥ ମୁଣ୍ଡର ଝାଳ ତୁଣ୍ଡରେ ମାରି ଏଇ ଗାଁ’ ଚଷାଭାଇ  ବିଲ କାମରେ ଲାଗିଥାଏ ସେ ଖରା ବରଷା ସହି  ପଉଷ ମାସେ ପାଚିଲା ଧାନ କାଟଇ ଧରି ଦା’ ଏଇ ଆମରି ଗାଁ’ ॥ ଏଇ ଗାଁ’ର ସକଳ ପିଲା ଆମେ ଭଉଣୀ ଭାଇ ପାଠ ପଢ଼ିଵା ଦେଶ ଗଢ଼ିଵା ପରାଣ ମନ ଦେଇ ଆମ ଧରମ କରମ ହେଵ ରଖିଵାକୁ ତା’ ନାଁ’ ଏଇ ଆମରି ଗାଁ’ ॥ ଏଇ ଗାଁରେ ଗଢ଼ାହୋଇଛି ମୋର ଏ’ ମର ପିଣ୍ଡ  ଜୀଵନ ଶେଷେ ତା’ରି କୋଳେ ଗଡ଼ିଵ ଦିନେ ମୁଣ୍ଡ  ମମତାମୟୀ କଲ୍ୟାଣମୟୀ ଦୁଃଖେ ସୁଖେ ସାହା ଏଇ ଆମରି ଗାଁ’ ॥ ••••••••••••••••••••••••••••••• ଚଳଚ୍ଚିତ୍ର: ଅଦିନମେଘ(୧୯୭୦) ଗୀତ : ଵୈକୁଣ୍ଠନାଥ ମହାନ୍ତି  ଗାୟନ : ଗୀତା, ତୃପ୍ତି, ଵିଦ୍ୟୁତ, ଶୁକ୍ଳ ଓ ପ୍ରତିମା