ବନସ୍ତର ପକ୍ଷୀମାନେ ଏଣିକି ଆଉ ଜନପଦର ବୃକ୍ଷଲତା ଗହଳକୁ କ୍ବଚିତ୍ ଆସୁଥିଲେ । କାରଣ ୧୯୪୩ ମସିହାର ସେହି ବିଳମ୍ବିତ ବସନ୍ତରେ, ଏକାନ୍ତ ବିଷାକ୍ତ ହୋଇ ନଥିଲେ, ଫଳପୁଷ୍ପ ତ ନିଶ୍ଚୟ, ନବୋଦ୍ଦଙ୍କ୨୦୦ମଗତ କଅଁଳ ପତ୍ରସବୁକୁ ମଧ୍ୟ ସର୍ବଦା ଭକ୍ଷଣ କରି ଚାଲିଥିଲେ ସୀମାହୀନ କ୍ଷୁଧାର ଏକ ଏକ ଚଳମାନ ଭୟାବହ ବିଗ୍ରହ-ଉତ୍ତର ବାଲେଶ୍ବରର ମାନବ-ଶାବକବୃନ୍ଦ ।ଦଦ୍ଭଏମନ୍ତ ସମୟରେ ବୃଦ୍ଧ ବୃନ୍ଦାବନକୁ ଏକକାଳୀନ କୋଡ଼ିଏ ସେର ଚାଉଳ ମିଳି ଯାଇଥିଲା । ଏଇ ଦୁର୍ଦ୍ଦିନରେ ବଡ଼ବାବୁଙ୍କର ଏଇ ଦାନ ସକାଶେ ବୃନ୍ଦାବନ କାନ୍ଦି ପକାଇଲେ, ଯଦିଚ ସେ ଅତ୍ୟନ୍ତ ବୃଦ୍ଧ ଓ ରକ୍ତହୀନ ହୋଇଥିବା ଯୋଗୁଁ ଅଶ୍ରୁରେ ରୂପାନ୍ତରିତ ହେଲା ଭଳି ସାମଗ୍ରୀ ତାଙ୍କ ଦେହରେ କିଛି ନଥିଲା । ବିଶେଷ ଦ୍ରଷ୍ଟବ୍ୟ ଯେ, ଦାରୁଣ ଦୁର୍ଭିକ୍ଷ ବେଳେ ‘ଦାନ’ର ଏକ ଅସାଧାରଣ ଅର୍ଥ ଚାଲୁ ହୋଇଥାଏ । ସେତେବେଳେ ଯଦି ମାଣେ ଜମି ବଦଳରେ ମାତ୍ର ମହଣେ ଧାନ ବା ଚାଉଳ ଦିଆଯାଏ, ତେବେ ସୁଦ୍ଧା ତାହା ଦାନ; ଯେହେତୁ ଦତ୍ତ ପଦାର୍ଥଟି ଆଉ କିଛି ନୁହେଁ, ଆହାର ସାମଗ୍ରୀ ।ଦଦ୍ଭଙ୍ଘଟ୍ଟଟ୍ଟଙ୍ଘଦଦ୍ଭଦୁଇ ଦିନ ହେଲା ବୃନ୍ଦାବନ କିଛି ଖାଇ ନ ଥିଲେ । କାରଣ ହଠାତ୍ ଦୁଇ କୋଶ ଦୂରରୁ ତାଙ୍କ ଝିଅ ଅନୁ ଓ ତାର ତିନି ବର୍ଷର ପୁଅଟି ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ଗତକାଲି ବୃନ୍ଦାବନଙ୍କୁ ତାଙ୍କ ଗ୍ରାମ ସମ୍ପର୍କୀୟା ଜଣେ ଭାଉଜ ଯେଉଁ ମୁଢ଼ିଗଣ୍ଡାକ ଶ୍ରଦ୍ଧାରେ ଯାଚି ଦେଇଥିଲେ, ତାହା ସେ ନେଇଯାଇ ଅନୁ ଓ ତାର ପୁଅକୁ ସମର୍ପଣ କରି ଦେଇଥିଲେ, ନିଜେ ଭାଉଜଙ୍କ ଘରେ ଖାଇ ଆସିଛନ୍ତି କହି । ଅନୁ ନିଜେ କିଛି ବଣଆଳୁ ତାଙ୍କ ସକାଶେ ନେଇ ଆସିଥିଲା । ତାକୁ ମଧ୍ୟ ସେ ତାଙ୍କ ଦିହରେ ଯାଏନାହିଁ ବୋଲି ଆଳ ଦେଖାଇ ଖାଇ ନ ଥିଲେ । ଅତଏବ ଅନୁ ଓ ତାର ପୁଅ ଆଜି ସେତକ ସିଝାଇ ଖାଇ ରହିଥିଲେ । ଅନୁକୁ ବିଦାୟ ଦେବା ପୂର୍ବରୁ ତାକୁ ମୁଠିଏ ଭାତ ଖୁଆଇ ପାରିବେ ଏଇ ମଧୁର ପ୍ରତିଶୁତିପୂର୍ଣ୍ଣ ଆଗତପ୍ରାୟ ମୁହୁର୍ତ୍ତର ସ୍ଵପ୍ନ ଦେଖି ସେ ବାଟ ଚାଲୁଥିଲେ । ତା ଛଡ଼ା ଅନୁ ଯେଉଁ ମାଗୁଣି ନେଇ ଆସିଥିଲା ସେତକ ମଧ୍ୟ ସେ ପୂରଣ କରିପାରିବେ । ଅନୁ ଚାହେଁ କିଛି ଚାଉଳ । ତା ବଡ଼ପୁଅ ଏଭଳି ବେମାର ପଡ଼ିଛି ଯେ ତାକୁ ଦି’ଟା ଭାତ ରାନ୍ଧି ପଥି ନ ଖୁଆଇଲେ ନ ଚଳେ ଅପେକ୍ଷାକୃତ ସମ୍ଭ୍ରାନ୍ତ ଗ୍ରାମବାସୀମାନେ ସେତେବେଳେ ବିଶୁଦ୍ଧ କ୍ଷୁଧାକୁ ବେମାର ବୋଲି ଉଚ୍ଚାରଣ କରୁଥିଲେ ।)ଦଦ୍ଭଙ୍ଘ......ଙ୍ଘଦଦ୍ଭଚାଉଳ ପାଛିଆଟି ତଳେ ଥୋଉ ଥୋଉ ତାଙ୍କ ମୁଣ୍ଡକୁ ନୂତନ ଧାରଣାଟିଏ ଆସିଗଲା । ସେ ଖଣ୍ଡିଏ ଅଖା ସଂଗ୍ରହ କରି ଅଧାଅଧି ଚାଉଳ ସେଥିରେ ଢାଳି ତାହା ବନ୍ଧାବନ୍ଧି କରି ଦାଣ୍ଡଘରେ ଥୋଇଦେଲେ ଏବଂ ବାକି ଅଧକ ଘର ଭିତରକୁ ଉଠାଇ ନେଇଗଲେ । ସ୍ଵାଭାବିକ ସମୟରେ ଏଭଳି ବୁଦ୍ଧି କଦାପି ତାଙ୍କ ମୁଣ୍ଡକୁ ଆସି ନ ଥାନ୍ତା, ଏ କଥା ସେ ନିଜେ ବୁଝୁଥିଲେ, କିନ୍ତୁ ଆପାତତଃ ଏଇ ଅସ୍ୱାଭାବିକ କାର୍ୟ୍ୟଟି ଥିଲା ଅବଶ୍ୟ କର୍ତ୍ତବ୍ୟ ।ଦଦ୍ଭସମୁଦାୟ ଚାଉଳ ତାଙ୍କର ବୋଲି ଜାଣିଲେ ଅନୁ ନିଶ୍ଚୟ ବେଶି ଆଶା କରିବ। ଅଥଚ ଯେଉଁ ବେଦନାଦାୟକ ମୂଲ୍ୟ ଦେଇ ସେ ସେତକ ଚାଉଳ ଆଣିଥିଲେ ତାହାକୁ ତାଙ୍କ ପୁଅ ଆଗରେ ନ୍ୟାଯ୍ୟ ବୋଲି ଉପସ୍ଥାପିତ କରିବାକୁ ହେଲେ ସେ ସହରରୁ ଫେରିବା ପର୍ୟ୍ୟନ୍ତ ଅନ୍ତତଃ କିଛି ଚାଉଳ ଘରେ ମହଜୁଦ ରହିବା ଆବଶ୍ୟକ ।ଦଦ୍ଭଅନୁ ଯେତେବେଳେ ପଚାରିଲା, “ବାପା, ଦାଣ୍ଡଘରେ ଏ ପୁଡ଼ିଆଟି କାହାର ?” ସେତେବେଳେ ଯଥାବିଧି ବୃନ୍ଦାବନ ଉତ୍ତର ଦେଲେ ସେଇଟି ନାଳ ଆରପାରିର ବିଶେଇ ପ୍ରଧାନ ବଡ଼ବାବୁଙ୍କଠୁଁ କିଣିଆଣି ଥୋଇଦେଇ କୁଆଡ଼େ ଯାଇଛି, ପରେ ଆସି ନେଇଯିବ ବୋଲି କହିଛି । ଏହାପରେ ବୃନ୍ଦାବନ ପାଛିଆରେ ଥିବା ଚାଉଳ ଅନୁକୁ ଦେଖାଇଲେ ଏବଂ ଉତ୍ସାହିତ ଅନୁ ଅବିଳମ୍ବେ ତା’ର କିୟଦଂଶରୁ ତିନି ଜଣଙ୍କ ସକାଶେ ଅନ୍ନ ପ୍ରସ୍ତୁତ କଲା । ଦଦ୍ଭସକାଳ ଓଳିଯାକ ଇତସ୍ତତଃ ବୁଲାବୁଲି କରି ଅନୁ କେରାଏ ଶାଗ ଓ ମେଞ୍ଚାଏ କଅଁଳା ତିନ୍ତୁଳିପତ୍ର ସଂଗ୍ରହ କରିଥିଲା । ସେତକ ସହଯୋଗେ ବୃନ୍ଦାବନ ବହୁ ଦିନ ପରେ ବଡ଼ ପରିତୃପ୍ତି ସହକାରେ ଭୋଜନ କଲେ ।ଦଦ୍ଭଆହା, ଏକଦା ଝିଅଟିର ନାମ ଅନ୍ନପୂର୍ଣ୍ଣା ରଖିବା ପଛରେ ତାଙ୍କର ଓ ତାଙ୍କ ପରଲୋକଗତା ସ୍ତ୍ରୀଙ୍କର କେତେ ଆଶା ଓ ଆସ୍ପୃହା ନଥିଲା ସତେ !ଦଦ୍ଭଙ୍ଘ.......ଙ୍ଘଦଦ୍ଭମେଘାଚ୍ଛନ୍ନ ଜହ୍ନ ଆଲୁଅରେ ତାର ଗତି ମାତ୍ର ବାରି ହେଉଥାଏ, ରୂପ ନୁହେଁ । ଯଥୋଚିତ କ୍ଷିପ୍ରଗତିରେ ସଭିଏଁ ତାର ଅନୁଧାବନ କଲେ । ସେହି ପ୍ରତିଯୋଗିତା ଭିତରେ ଅପସୃୟମାଣ ଚୋରକୁ ଲକ୍ଷ୍ୟକରି ବର୍ଷିତ ହେବାକୁ ଲାଗିଲା ଢେଲା, କାଠଖଣ୍ଡ ଇତ୍ୟାଦି । ସମସ୍ତେ ଏହା ବି ଲକ୍ଷ୍ୟ କଲେ ଓ ଲକ୍ଷ୍ୟକରି ଚତୁର୍ଗଣ ଉତ୍ସାହିତ ହେଲେ ଯେ ଚୋର ଢେଲାମାଡ଼ରେ ଥରେ ତଳେ ପଡ଼ିଯାଇ ପୁଣି ଉଠି ଦୌଡ଼ିବାକୁ ଲାଗିଲା । ତା’ର ପତନ ଓ ଉତ୍ଦଙ୍କ୨୦୦ମଥାନର ସେଇ ଅବସରରେ ଜନତା ଓ ତାହା ଭିତରର ବ୍ୟବଧାନ ସଙ୍କୁଚିତ ହୋଇ ଆସିଲା । ସୁତରାଂ ବୃନ୍ଦାବନଙ୍କ ଘର ନିକଟକୁ ଆସି ସେ ହଠାତ୍ ଅଦୃଶ୍ୟ ହୋଇଯିବା ଫଳରେ କାହାରି ସନ୍ଦେହ ରହିଲା ନାହିଁ ଯେ ସେ ତାଙ୍କରି ବାଡ଼ିରେ ଆଶ୍ରୟ ନେଇଛି ।ଦଦ୍ଭଜନତା ଯଥାଶୀଘ୍ର ବାଡ଼ି ଭିତରର ସମସ୍ତ ସମ୍ଭାବ୍ୟ ସ୍ଥଳକୁ ଖେଦିଯାଇ ତନ୍ନତନ୍ନ ଅନୁସନ୍ଧାନ କରିବାକୁ ଲାଗିଲେ । ଘର ଭିତରେ ମଧ୍ୟ ପଶିଲେ; କିନ୍ତୁ ନା, ଘର ଭିତରେ କେହି ଆତ୍ମଗୋପନ କରିଥିଲେ ଅନୁ ଅନ୍ତତଃ ଜାଣିଥାଆନ୍ତା ।ଦଦ୍ଭଏତିକିବେଳେ ଘର ପଛପଟ ଆମ୍ବଗଛରୁ କେହି ତଳକୁ ଡେଇଁପଡ଼ି ଦୌଡ଼ି ପଳାଇବା ଭଳି ଶବ୍ଦ ଶୁଭିବାରୁ ଜନତା ତତ୍ଦଙ୍କ୨୦୦ମକ୍ଷଣାତ୍ ସେହି ଦିଗରେ ଧାବମାନ ହେଲେ; କିନ୍ତୁ ଏକା ବୃନ୍ଦାବନ ପୁତ୍ତଳିକା ଭଳି ଛିଡ଼ାହୋଇ ରହିଲେ । ସେ ଜାଣିଥିଲେ, କିଛିଦିନ ହେଲା ମାଈ ମାଙ୍କଡ଼ଟିଏ ତାର ସଦ୍ୟଜାତ ଶିଶୁକୁ ଦନ୍ତା କବଳରୁ ରକ୍ଷା କରିବା ନିମନ୍ତେ ସେଇ ଗଛରେ ଆଶ୍ରୟ ନେଇଥିଲା । ସେଇ ନିଶ୍ଚୟ ଡେଇଁଥିବ ।ଦଦ୍ଭତା\'ଛଡ଼ା ସେ ଆଉ ଗୋଟିଏ କଥା ଜାଣିଥିଲେ, ଯାହା ଜନତା ଜାଣିନଥିଲେ । ସେ କଥା ହେଲା, ସେଦିନ ଖିଆପିଆ ପରେ ବେଳବୁଡ଼ ପୂର୍ବରୁ ଅନୁକୁ ସେ କିଛି ଚାଉଳ ଦେଇ ତା’ ଶ୍ବଶୁର ଘରକୁ ବିଦାୟ କରିଦେଇଥିଲେ । ଅନୁ ତାଙ୍କୁ ନିଜେ ପ୍ରଣାମ କରି ଓ ଟିକି ପୁଅକୁ ପ୍ରଥମ କରାଇ ଆଖି ପୋଛି ପୋଛି କ୍ରମେ ଗାଁମୁଣ୍ଡରୁ ନିର୍ଜନ ତୋଟା ଟପି ଅଦୃଶ୍ୟ ହୋଇଯାଇଥିବା ଯାଏ ବୃନ୍ଦାବନ ତାର ଗତିପଥକୁ ଅନାଇ ରହିଥିଲେ ।ଦଦ୍ଭପିତା ଓ ପୁତ୍ରୀ ମୁହାଁମୁହିଁ ଛିଡ଼ାହୋଇଥିଲେ । ବୃନ୍ଦାବନ ଲଣ୍ଠନଟି ତଳେ ଥୋଇଦେଇ ଏକ ଅଶୁତପୂର୍ବ ଭୀତ ସ୍ୱରରେ ପଚାରିଲେ-“ତୁ ପୁଅକୁ ଘରେ ଛାଡ଼ି ଏଇ ଅନ୍ଧାର ବର୍ଷାରେ ପୁଣି ଦୁଇ କୋଶ ବାଟ ଆସିଥିଲୁ, ମା ?”ଦଦ୍ଭଅନୁ ଥରି ଥରି ବୃନ୍ଦାବନଙ୍କ ଗୋଡ଼ତଳେ ବସି ପଡ଼ିଲା । ତା’ ପିଠିରେ ଗଭୀର କ୍ଷତ । ଶାଢ଼ି ରକ୍ତାକ୍ତ । ବୃନ୍ଦାବନ ତାକୁ କୁଣ୍ଢାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ଏଇ ତାଙ୍କର ଅଲିଅଳୀ ଅନୁ, ଯାହାର ନାମ ଅନ୍ନପୂର୍ଣ୍ଣା ।
ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...
Comments
Post a Comment