Skip to main content

ବିତିଯାଉ ଦିନ କରି ଜାତିର ମଙ୍ଗଳ

ହେ ପୁଣ୍ୟ ଦିଵସ ମୋର ଜାତିର ଶୃଙ୍ଖଳ
ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର
ନଵ ସୂର୍ଯ୍ୟୋଦୟେ ତବ । ସ୍ମୃତି ସେ ଦିନର
କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର

ନିବିଡ଼ ତିମିର ତଳେ ଶତ ନିସ୍ ପେଷଣେ
କେମନ୍ତେ ମୋ ଜାତି ଥିଲା ପଡି଼ଗଲେ ମନେ
ରୋମାଞ୍ଚେ ଶରୀର ସାରା କହେ ଶୂନ୍ୟେ ଚାହିଁ
ଦାସତ୍ଵ ବନ୍ଧନ ଠାରୁ ବଡ଼ ଦୁଃଖ ନାଇଁ
ମାନବ ଜାତିର ଵିଶ୍ଵେ । ଦାସତ୍ଵ ହିଁ ତା’ର
ମାରି ମାରି ଦିଏ ସବୁ ହୃଦୟ ଝଙ୍କାର ।

ସ୍ଵାଧୀନ ମାଟିର ମୁହିଁ ସ୍ଵାଧୀନ ଜୀଵନ
କେମନ୍ତେ ଦେଖଇ ଲକ୍ଷ ସୁନାର ସପନ
ଉତ୍କଳ ଦିବସ ! ଦିଅ ଵକ୍ଷେ ନଵ ଵଳ
ବିତିଯାଉ ଦିନ କରି ଜାତିର ମଙ୍ଗଳ ।

@କଵି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଆତ୍ମଲିପିରୁ ସଂଗୃହିତ

:::::::ବି:ଦ୍ର:::::::
ମୂଳ କଵିତା ରେ ଥିବା ଅଗଷ୍ଟ ପନ୍ଦର ପଦକୁ ବଦଳେଇ ଆଜିର ପବିତ୍ର ଦିନକୁ ଧ୍ୟାନରେ ରଖି “ଉତ୍କଳ ଦିବସ” କରାଯାଇଛି । ଭାରତ ଓ ଓଡ଼ିଆ ଉଭୟ ପରାଧୀନ ଥିଲେ । ଭାରତୀୟ ମାନଙ୍କୁ ଇଂରେଜ ପରାଧୀନ କରିଥିଲାବେଳେ ଓଡ଼ିଆ ଲୋକେ ଇଂରେଜ ଛଡ଼ା ଭାରତୀୟ ଜାତିଙ୍କ ପାଖରେ ମଧ୍ୟ ପରାଧୀନ ଥିଲେ ଏବଂ ଏବେବି କିଛି ପରିମାଣରେ ଅଛନ୍ତି । ଏଇଥିପାଇଁ ଏକଦା ଜଣେ ଵିଶିଷ୍ଟ ଵ୍ୟକ୍ତି କହିଥିଲେ
“ଓଡ଼ିଶା ହେଉଛି ଏକ ଉପନିଵେଶ ମଧ୍ୟରେ ଥିବା ଅନ୍ୟ ଏକ ଉପନିଵେଶ” !

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...