Skip to main content

Posts

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ଆମେ ସମସ୍ତେ ବ୍ୟବହାର କରୁ । ଏକବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରସଙ୍ଗରେ ଆମେ କହୁଥିବା ଓଡ଼ିଆକୁ ଅନୁଧ୍ୟାନ କଲେ Ok ଶବ୍ଦର ବହୁଳ ବ୍ୟବହାର କଥା ଜଣାପଡ଼େ । ଶ୍ରେଣୀଗୃହ ଭିତରେ ଶିକ୍ଷକ ଶିକ୍ଷାଦାନ କଲାବେଳେ ଛାତ୍ରଛାତ୍ରୀ କଥାବାର୍ତ୍ତା କଲାବେଳେ, ସାଙ୍ଗମାନଙ୍କ ଗହଣରେ, ଘରେ ବାପା, ମା’ ସହ କଥାବାର୍ତ୍ତା କଲାବେଳେ, ମୋବାଇଲ୍‌ରେ ମେସେଜ୍ ଦେଲାବେଳେ କି ମୋବାଇଲରେ କଥାହେଲା ବେଳେ, ଇ-ମେଲ୍ ଲେଖିଲା ବେଳେ, ଚାର୍ଟ କଲାବେଳେ, ଚଳଚ୍ଚିତ୍ର ବା ନାଟକରେ ଚରିତ୍ରର ସଂଳାପରେ ଆମେ Ok ଶବ୍ଦଟିକୁ ବ୍ୟବହାର କରିଥାଉ । ବୈଷୟିକ ବିଜ୍ଞାନ ଏବଂ ବୈଷୟିକ କୌଶଳ ଜାଣିଥିବା ବା ବ୍ୟବହାର କରୁଥିବା ମଣିଷର ଦୈନନ୍ଦିନ ଜୀବନରେ Ok ଶବ୍ଦର ବ୍ୟବହାର ବହୁଳଭାବରେ ଦେଖାଯାଏ । କେତୋଟି ପ୍ରସଙ୍ଗରେ ଏହି ଶବ୍ଦଟିର ଅର୍ଥ ହେଉଛି ସବୁଠିକ୍ ବା ହଁ ସ୍ଵୀକାର କରିବା ଅର୍ଥରେ , ସମ୍ମତି ଅର୍ଥରେ Ok ଶବ୍ଦଟି ଆମେ ପ୍ରୟୋଗ କରୁ । ଏହି ଶବ୍ଦଟି ଲିଖିତ ଇଂରାଜୀ ଭାଷାରେ ଆଜି ୧୭୫ ବର୍ଷ ପୁରୁଣା ଅଟେ । ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ସେତେବେଳର ସମ୍ବାଦପତ୍ର ଦି ବୋଷ୍ଟନ ମର୍ଣ୍ଣିଙ୍ଗ ପୋଷ୍ଟରେ ଏହି ଶବ୍ଦଟିର ବ୍ୟବହାର ଦେଖାଯାଏ । ଆଲାନ
Recent posts

ସଂଘର୍ଷର ଇତିହାସ ଓ ଅମର ଶହୀଦ କଷ୍ଟି ଡାକୁଆ

ବିଂଶ ଶତାବ୍ଦୀ ଆରମ୍ଭରୁ ୧୯୩୮ ଖ୍ରୀଷ୍ଟାବ୍ଦରେ ସମାଜବାଦୀ ନେତାମାନଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଓ ରଣପୁରରେ ଜାତୀୟ ଆନ୍ଦୋଳନ ତୀବ୍ରତର ହେଲା । ସେସମୟରେ ମଧ୍ୟ ଢେଙ୍କାନାଳ, ଅନୁଗୋଳ, ତାଳଚେରରେ ଏହା ଘଟିଥିଲା । ରାଜାମାନଙ୍କ ଅତ୍ୟାଚାରରୁ ସ୍ଵାଧୀନ ହେବାକୁ ଥିଲା ଏ ପ୍ରଜାମାନଙ୍କ ଆନ୍ଦୋଳନ । ଏହା ପ୍ରଜା ଆନ୍ଦୋଳନ ନାମରେ ଖ୍ୟାତ ଥିଲା । ବିଂଶ ଶତାବ୍ଦୀ ଆରମ୍ଭରେ ଅର୍ଥାତ୍ ୧୯୨୧ ମସିହା କଂଗ୍ରେସ ଅସହଯୋଗ ଆନ୍ଦୋଳନରେ ବହୁକର୍ମୀ ଯୋଗଦେଇ ନୟାଗଡ଼କୁ ରାଜନୈତିକ ମାନଚିତ୍ରରେ ସ୍ଥାନ ଦେଇଥିଲେ । ୧୯୩୧ରୁ ୧୯୩୪ ମସିହା ମଧ୍ୟରେ ଗଡ଼ଜାତ ମିଶ୍ରଣରେ ଏହି ଚାରିଗୋଟି ଗଡ଼ଜାତର ମିଶ୍ରଣ ଥିଲା ଅଦ୍ଭୁତପୂର୍ବ । ସ୍ୱତନ୍ତ୍ର ଓଡ଼ିଶା ଗଠନ କ୍ଷେତ୍ରରେ ନୟାଗଡ଼ର ଆନ୍ଦୋଳନାତ୍ମକ କାର୍ଯ୍ୟ ୧୯୩୯ ମସିହାରେ ଏ ଅଞ୍ଚଳରେ କନ୍ଧମେଳି ହୋଇ ପ୍ରଜାଆନ୍ଦୋଳନ ହେଲା । ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁରକୁ ସାମିଲ କରି ଏହା ଏକ ଭୟାବହ ରୂପ ନେଲା । ରଣପୁରରେ ପ୍ରଜାମାନେ ଏକ ଶବକୁ ଶଗଡ଼ରେ ପକାଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ କହିଲେ ଗୋରା ସାହେବ ମାରିଛନ୍ତି । ଏହା ଶୁଣି ନୟାଗଡ଼ ରାଜାଙ୍କ ପାଖେଥିବା ପଲଟିକାଲ ଏଜେଣ୍ଟ ରଣପୁର ରାଜାଙ୍କ ପାଖକୁ ଗଲା କିନ୍ତୁ ରାଜାଙ୍କ କଥା ନମାନି ଉତ୍ୟକ୍ତ ଜନତାଙ୍କ ପାଖକୁ ଏକାକି ମାଡ଼ି ଆସିଲେ । ଫଳରେ ଉଭ୍ୟକ୍ତ ଜନତାଙ୍କ ଘେରରେ ପଡ଼ି ନିଜକୁ ବଞ୍ଚାଇବାକୁ ଜଣେ ଲୋକର ଦ୍ବାରସ୍ଥ ହେଲେ । ନିଜ ଅଣ୍ଟାରୁ ପିସ୍ତଲ ବାହାର

ଅବତାର ପ୍ରସଙ୍ଗ ଓ ଶ୍ରୀଜଗନ୍ନାଥ

ଈଶ୍ବର ମର୍ତ୍ତ୍ୟରେ ବିବିଧ ଅବତାର ଛଳରେ ଅବତରିବାର ରହିଛି ଅନେକ ହେତୁ । ଶ୍ରୀମଦଭାଗବତ ଗୀତା ମତରେ ଯେତେବେଳେ ଧର୍ମର ଗ୍ଳାନି ଓ ଅଧର୍ମର ଅଭ୍ୟୁତ୍ଥାନ ହୋଇଥାଏ, ସେତିକିବେଳେ ଧର୍ମର ପ୍ରତୀକ ସାଧୁମାନଙ୍କ ପରିତ୍ରାଣ, ଅଧର୍ମର ପ୍ରତୀକ ଦୁରାଚାରିମାନଙ୍କ ବିନାଶ ଓ ଧର୍ମସଂସ୍ଥାପନ ନିମନ୍ତେ ପରମେଶ୍ଵର ଅବତାର ଗ୍ରହଣ କରନ୍ତି । କିନ୍ତୁ ଭକ୍ତିମୂଳକ ସୂକ୍ଷ୍ମ-ଦୃଷ୍ଟିକୋଣରୁ ଏହି କଥାର ମର୍ମକୁ ବିଚାର କଲେ ଜଣାଯାଏ ଯେ ସାଧୁ ସ୍ବରୂପ ଭକ୍ତମାନଙ୍କ ଉଦ୍ଧାର, ଭକ୍ତିରେ ବାଧା ସୃଷ୍ଟିକାରୀ ଶକ୍ତିମାନଙ୍କ ବିନାଶ ତଥା ଭକ୍ତ ସହିତ ବିଭିନ୍ନ ଲୀଳା ମାଧ୍ୟମରେ ଅପ୍ରାକୃତ-ପ୍ରେମ ଧର୍ମର ସ୍ଥାପନ ନିମନ୍ତେ ତାଙ୍କ ଅବତାର ଉଦ୍ଦିଷ୍ଟ । ଶ୍ରୀମଦ୍ଭାଗବତ ମହାପୁରାଣ ମତରେ ଅବତାରର କାରଣ କେବଳ ମାତ୍ର ଆସୁରୀଙ୍କ ଶକ୍ତିର ବିଲୋପ ନୁହେଁ ବରଂ ମର୍ତ୍ତ୍ୟରେ ଲୋକ ଶିକ୍ଷାର ଅବତାରଣା ଓ ବିତରଣ । ଯଦ୍ୟଦାଚରତି ଶ୍ରେଷ୍ଠ-ନ୍ୟାୟରେ ଅବତୀର୍ଣ୍ଣ ଈଶ୍ବର ନିଜେ ଆଚରଣ ଓ ଉଚ୍ଚାରଣରେ ମର୍ଯ୍ୟାଦା ପ୍ରକାଶ କରି ଜୀବଜଗତକୁ ସତ୍ଶିକ୍ଷା ଓ ସତ୍-ଚେତନା ଦେବାର ପ୍ରକ୍ରିୟାଟି ହେଉଛି ଅବତାର ଗ୍ରହଣ । ଭାକ୍ତିକ ବିବେଚନାରେ ଭକ୍ତ ସହ ବିନୋଦ, ଭକ୍ତ ସହିତ ବିଳାସ ଓ ଭକ୍ତ ପ୍ରତି ଅନୁଗ୍ରହର ଅନନ୍ୟ-ଆବେଗ ହିଁ ଅବତାରର ମୌଳିକ-କାରଣ ହୋଇପାରେ । ଏହି ଅବତାରର ସଂଖ୍ୟା ନିରୂପଣ କରିବା ଦୁରୂହ । ବିଭିନ୍ନ ଶାସ୍ତ୍ରରେ ଏହି ସଂଖ୍ୟା ଭିନ୍ନ ଭିନ୍ନ ହେଲେ ସୁଦ୍ଧା ସମସ୍ତ