Skip to main content

ଓଡ଼ିଆ ନୂଆବର୍ଷ

ଜାନୁଆରୀ ପହିଲା ସମଗ୍ର ବିଶ୍ବରେ ନୂଆବର୍ଷ ରୂପେ ସୁବିଦିତ । ସମଗ୍ର ବିଶ୍ବରେ ଏହି ଦିବସକୁ ନୂଆବର୍ଷ ରୂପେ ପାଳନ କରାଯାଏ । କିନ୍ତୁ ଆର୍ଯ୍ୟାବ୍ରତ ଭାରତରେ ପଣାସଂକ୍ରାନ୍ତିରୁ ନୂଆବର୍ଷ ଆରମ୍ଭ ହୋଇଥାଏ । ଆମ ଓଡ଼ିଶାରେ ନୂଆବର୍ଷ ସୁନିଆଁଠାରୁ ଆରମ୍ଭ ହୋଇଥାଏ (ତାହା ଉତ୍କଳୀୟ ନବବର୍ଷ ଭାବେ ଖ୍ୟାତ) । ପବିତ୍ର ସୁନିଆଁ ଦିନ ଗଜପତି ମହାରାଜାଙ୍କ ନୂଆ ଅଙ୍କ ପ୍ରଚଳିତ ହୋଇଥାଏ । ତତ୍କାଳୀନ ଗଜପତି ଦିବ୍ୟସିଂହ ଦେବଙ୍କ ନଅଙ୍କରେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଥିବାରୁ ଏହାକୁ ନଅଙ୍କ ଦୁର୍ଭିକ୍ଷ ବୋଲି କୁହାଯାଇଥାଏ । ଓଡ଼ିଶାରେ ଗଙ୍ଗବଂଶ ରାଜତ୍ଵ କାଳରୁ ସୁନିଆଁଠାରୁ ନୂଆ ଅଙ୍କ ପ୍ରଚଳିତ ହୋଇଆସୁଅଛି । ମାଦଳାପାଞ୍ଜିରେ ଏ ବିଷୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ସୁନିଆଁ ହେଉଛି ଭଗବାନ ବାମନଙ୍କ ଜନ୍ମଦିନ । ଭଗବାନ ବାମନ ଅବତାର ନେଇ ସୁନିଆଁ ଦିନ ପୃଥ୍ବୀରେ ଭୂମିଷ୍ଠ ହୋଇଥିଲେ । ତେଣୁ ଏହି ଦିନ ବାମନ ଜନ୍ମୋତ୍ସବ ପାଳିତ ହୋଇଥାଏ । ଭଗବାନ ବାମନ ଅବତାରରେ ମହାଦାନୀ ବଳିରାଜାଙ୍କୁ ତିନି ପାଦ ଭୂମି ମାଗିଥିଲେ । ବଳି ରାଜା ତିନି ପାଦ ଭୂମି ଦେବାକୁ ଶପଥରେ ଶଙ୍ଖରେ ପାଣି ଟେକିଥିଲେ । ବାମନଙ୍କ ଗୋଟିଏ ପାଦ ବିଶ୍ବକୁ ଆଚ୍ଛାଦିତ କରିଥିଲା ଓ ଅନ୍ୟ ଏକ ପାଦ ଆକାଶକୁ ଆଚ୍ଛାଦିତ କରିଥିଲା । ପ୍ରଭୁ ବାମନ ଆଉ ଗୋଟିଏ ପାଦ ଭୂମି ମାଗିବାରୁ ବଳିରାଜା ପ୍ରଶ୍ନ କରିଥିଲେ ଆପଣଙ୍କର ତୃତୀୟ ପାଦ କାହିଁ ? ଭଗବାନ ବାମନ ନିଜ ନାଭି କମଳରୁ ତୃତୀୟ ପାଦ ସୃଷ୍ଟି କରିବାରୁ ବଳିରାଜା ନିଜ ଶିର ଦେଖାଇଥିଲେ ଓ ବଳିରାଜା ଶିରରେ ବାମନ ନିଜର ତୃତୀୟ ପାଦ ରଖ୍ ପାତାଳକୁ ଚାପି ଦେଇଥିଲେ । ତେଣୁ ସୁନିଆଁ ଭଗବାନ ବାମନଙ୍କ ଜନ୍ମଦିନ ରୂପେ ସମଗ୍ର ଦେଶରେ ପାଳନ କରାଯାଇଥାଏ । ଏହି ପବିତ୍ର ଦିନରେମହାରାଜା ଚୋଳଗଙ୍ଗ ଦେବ ଓଡ଼ିଆ ନବବର୍ଷ ପ୍ରଚଳନ କରିଥିଲେ । ଏହି ଦିନ ଗଜପତି ରାଜାଙ୍କଠାରୁ ଆରମ୍ଭ କରି ରାଜା ଓ ଜମିଦାର ମାନେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥାନ୍ତି ଓ ପ୍ରଜାମାନଙ୍କଠାରୁ ବିଭିନ୍ନ ଉପହାର ଗ୍ରହଣ କରିଥାନ୍ତି । ଆଜି ଗଣତନ୍ତ୍ର ଶାସନରେ ରାଜା ମହାରାଜା ଓ ଜମିଦାର ନାହାନ୍ତି କିନ୍ତୁ ସୁନିଆଁ ଦିନ ଓଡ଼ିଆ ଘରେ ପିଠାପଣା ତିଆରି କରିବା ଓ ଠାକୁରଙ୍କୁ ପୂଜା କରିବା ଏକ ପରମ୍ପରା ଅଟେ । ଓଡ଼ିଆ ପିଠାପଣାର ସ୍ବତନ୍ତ୍ର ସ୍ଵାଦୁ ରହିଛି । ଆରିଶା, କାକରା, ମଣ୍ଡା, ଏଣ୍ଡୁରୀ, ଛୁଞ୍ଚିପତ୍ର, କ୍ଷୀର ଗଇଁଠା ଆଦି ପିଠା ଅତ୍ୟନ୍ତ ସୁସ୍ବାଦୁପୂର୍ଣ୍ଣ । ଓଡ଼ିଆ ବଣିକମାନେ ଆଷାଢ଼ ମାସରେ ବୋଇତରେ ଯାଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜରେ ବାଣିଜ୍ୟ କରୁଥିଲେ ଓ କାର୍ତ୍ତିକ ମାସରେ ଗୃହକୁ ଫେରୁଥିଲେ । ଆଷାଢ଼ରୁ କାର୍ତ୍ତିକ ପର୍ଯ୍ୟନ୍ତ ଚାରିମାସ ସେମାନେ ଆରିଶାପିଠା ସାଙ୍ଗରେ ନେଇ ଯାଉଥିଲେ । ଆଷାଢ଼ ମାସରେ ବୋଇତରେ ଯିବାବେଳେ ନେଇଥିବା ଆରିଶାପିଠା ସେମାନେ ବିଦେଶରେ ଚାରି ମାସ ଧରି ଖାଉଥିଲେ । ତାହା ବହୁତ ଦିନ ପର୍ଯ୍ୟନ୍ତ ରହୁଥିଲା । ଆଜି ଆମ୍ଭେମାନେ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ଆମର ସୁସ୍ବାଦୁ ପିଠାଗୁଡ଼ିକୁ ଭୁଲି ଯାଉଛୁ । ଇ 3 ଆମେ ଆଜି ନିଜ ସଂସ୍କୃତି ଓ ଐତିହ୍ୟକୁ ଭୁଲି ଯାଉଥିବା ଦୁଃଖର ବିଷୟ । ଆମେ ମହାନ୍‌ ସଂସ୍କୃତିର ଅଧିକାରୀ ଓ ମହାନ୍ ଐତିହ୍ୟର ଦାୟାଦ । ଆମ ରାଜ୍ୟର ୩ଟି ନାମ କଳିଙ୍ଗ, ଉତ୍କଳ ଓ ଓଡ଼ିଶା । ଦିନେ ସମଗ୍ର ବିଶ୍ବରେ କଳିଙ୍ଗା ସାହାସିକା ରୂପେ ପରିଚିତ ଥିଲା । କଳିଙ୍ଗ ଯୁଦ୍ଧରେ କଳିଙ୍ଗର ଏକ ଲକ୍ଷ ସୈନ୍ୟ ନିହତ ଓ ଦେଢ଼ଲକ୍ଷ ସୈନ୍ୟ ଆହାତ ହୋଇଥିଲେ ମଧ୍ୟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିବାର ଗୌରବ କଳିଙ୍ଗ ବହନ କରିଥିଲା । ଅନୁତପ୍ତ ଅଶୋକ କଳିଙ୍ଗର ବୌଦ୍ଧସନ୍ୟାସୀ ଉପଗୁପ୍ତଙ୍କଠାରୁ ବୌଦ୍ଧ ଧର୍ମ ଗ୍ରହଣ କରି ହିଂସା ପରିତ୍ୟାଗ କରି ଅହିଂସା ମାର୍ଗର ପଥକ ହୋଇଥିଲେ ଓ ବୌଦ୍ଧ ଧର୍ମକୁ ଦେଶ ବିଦେଶରେ ପ୍ରଚାର କରାଇଥିଲେ । ଏ ଜାତିର ଚିନ୍ତାଧାରା ବିଶ୍ବବାସୀଙ୍କୁ ବିସ୍ମିତ କରିଥାଏ । ଠାକୁର ଶ୍ରୀଜଗନ୍ନାଥ, ମନ୍ଦିର ଶ୍ରୀମନ୍ଦିର, ସମୁଦ୍ର ନାମ ମହୋଦଧ, ଶ୍ମଶାନ ନାମ ସ୍ଵର୍ଗଦ୍ଵାର, ନଦୀ ନାମ ମହାନଦୀ ଓ ପର୍ବତ ନାମ ମେଘାସନ । ଏପରି ନାମକରଣ ସମଗ୍ର ବିଶ୍ଵରେ ବିରଳ । କୋଣାର୍କ ମନ୍ଦିରର କାରୁକାର୍ଯ୍ୟ, ପୁରୀ ଶ୍ରୀମନ୍ଦିରର ବିଶାଳତା, ମନ୍ଦିରମାଳିନୀ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ରାଜାରାଣୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ମନ୍ଦିରର କାରୁକାର୍ଯ୍ୟ ବିଶ୍ବବାସୀଙ୍କୁ ବିସ୍ମିତ କରିଛି । ଓଡ଼ିଆ ସାହିତ୍ୟ କାବ୍ୟ ସମ୍ପଦରେ ଭରପୂର । ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, ଭକ୍ତକବି ବନମାଳି ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ଓ ସ୍ଵଭାବ କବି ଗଙ୍ଗାଧର କେବଳ ଓଡ଼ିଶାର ଗୌରବ ନୁହନ୍ତିଭାରତର ଗୌରବ । ରାଜନୀତି କ୍ଷେତ୍ରରେ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ପ୍ରମୁଖ ବିପୁଳ ସମ୍ମାନର ଅଧିକାରୀ । ଏସବୁ ସତ୍ତ୍ବେ ଆମ୍ଭେମାନେ ଆମ ନିଜ ସଂସ୍କୃତି ଓ ଐତିହ୍ୟକୁ ଭୁଲିଯାଇ ଆମ ଓଡ଼ିଆ ନୂଆବର୍ଷ ‘ସୁନିଆ’କୁ ପାଳନ ନକରିବା ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ଯେଉଁ ଜାତି ନିଜକୁ ଭଲ ଭାବରେ ଚିହ୍ନି ନାହିଁ ସେ ବଡ଼ ହୋଇପାରିବ କିପରି ? ଆମ୍ଭେମାନେ ବିଶ୍ଵର ନୂଆବର୍ଷ ଭାବେ ସ୍ବୀକୃତି ଲାଭ କରିଥିବା ଜାନୁଆରୀ ପହିଲାକୁ ପାଳନ କରିବାବେଳେ ଓଡ଼ିଆ ନୂଆବର୍ଷ ‘ସୁନିଆ’ ଉତ୍ସବ ପାଳନ କରିବା ପାଇଁ ଅନୁରୋଧ କରୁଅଛୁ ।

ଲେଖକ ©ଅଧ୍ୟାପକ ବିକ୍ରମ କେଶରୀ ବର୍ମା
(ବିଶେଷ ଦ୍ରଷ୍ଟବ୍ୟ— ଓଡ଼ିଶାରେ ଦୁଇଗୋଟି ସାଂସ୍କୃତିକ ନବବର୍ଷ — ମହାବିଷୁବ ପଣା ସଂକ୍ରାନ୍ତି ଓ ସୁନିଆଁ ଏବଂ ଉଭୟ ଓଡ଼ିଆ ନବବର୍ଷ । )

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ