Skip to main content

ବାମଣ୍ଡା ରାଜା ସାହେବ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ପାଇଁ ପରାଧୀନ ଓଡ଼ିଶା ରାଜ୍ୟର ଯେଉଁ କେତେଜଣ ଗଡ଼ଜାତ ରାଜା ଅଣ୍ଟାଭିଡ଼ି ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରୁ ବାମଣ୍ଡା ରାଜା ସାହେବ ବାସୁଦେବ ସୁଢ଼ଳ ଦେବ ହେଉଛନ୍ତି ପ୍ରାତଃ ସ୍ମରଣୀୟ । ବାମଣ୍ଡା ଥିଲା ଚବିଶ ଗଡ଼ଜାତ ମଧ୍ୟରୁ ଅନ୍ୟତମ । ଅଧୁନା ବାମଣ୍ଡା ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଅନ୍ତର୍ଗତ । ଏହାର ପ୍ରତିଷ୍ଠାତା ସରୟୁଦେବ ଏବଂ ଏମାନେ ଗଙ୍ଗ ବଂଶର ବଂଶଧର ବୋଲି ଐତିହାସିକମାନେ ମତ ଦିଅନ୍ତି । ୧୨୫୮ ସନ ବୈଶାଖ ମାସର ୨୮ ଦିନ ତା୧୬.୦୫.୧୮୫୦ ମସିହାରେ ପିତା ବଡ଼ କୁମାର ହରିହର ଦେବ ଓ ମାତା ବିଜୟ କୁମାରୀଙ୍କ ଔରସରୁ ସେ ଜନ୍ମଲାଭ କରିଥିଲେ । ହରିହର ଦେବ ଥିଲେ ବାମଣ୍ଡା ରାଜା ବ୍ରଜସୁନ୍ଦର ତ୍ରିଭୁବନ ଦେବଙ୍କ କନିଷ୍ଠ ଭାଇ । ରାଜା ବ୍ରଜ ସୁନ୍ଦର ତ୍ରିଭୁବନ ଦେବ ଜଣେ ପ୍ରଜାବତ୍ସଳ ଓ ବିଚକ୍ଷଣ ସୁଶାସକ ଥିବାରୁ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଇଂରେଜ ସରକାରଙ୍କଠାରୁ ରାୟବାହାଦୂର ଉପାଧ୍ ପାଇଥିଲେ । ବାସୁଦେବ ଜନ୍ମ ହେବା ପରେ ଉତ୍ତରାଧିକାରୀ ରୂପେ ଘୋଷଣା କରିଥିଲେ । ରାଜା ବ୍ରଜସୁନ୍ଦର ତ୍ରିଭୁବନ ଦେବ ରାଜା ହେବା ପାଇଁ ଆବଶ୍ୟକ ଶିକ୍ଷା ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ । ବାସୁଦେବ ପିଲାଟି ଦିନରୁ ଥିଲେ ବଡ଼ ଚଳଚଞ୍ଚଳ । ସେ ଟିକିଏ ସମୟ ପାଇଁ ନିରବରେ ବସିପାରନ୍ତି ନାହିଁ । ପଢ଼ାପଢ଼ି ସଙ୍ଗେ ସଙ୍ଗେ ଦୌଡ଼ ଧାପଡ଼ ପହଁରା, ବିଭିନ୍ନ ସ୍ଥାନ ଭ୍ରମଣ କରିବା ବଣଭୋଜିରେ ମାତିବା, ଖେଳ କସରତ କରିବାରେ ସେ ଥିଲେ ଅତ୍ୟନ୍ତ ପାରଙ୍ଗମ । ୯ ବର୍ଷ ବୟସରେ ଉପନୟନ କାର୍ଯ୍ୟ ହେବା ପରେ ତାଙ୍କର ସଂସ୍କୃତ ଶିକ୍ଷା ଆରମ୍ଭ ହୋଇଥିଲା । ବାସୁଦେବ ରାଜକୀୟକର୍ମ, କୁସ୍ତି କସରତ ଯୁଦ୍ଧବିଦ୍ୟା ଆୟତ୍ତ କରିବା ସହ ସଂସ୍କୃତ ଓ ବ୍ୟାକରଣରେ ଜ୍ଞାନ ହାସଲ କରିବା ପାଇଁ ଚେଷ୍ଟା କରିଥିଲେ । ବାସୁଦେବଙ୍କ ସଂସ୍କୃତ ସାହିତ୍ୟ ପ୍ରତି ଥିଲା ପ୍ରବଳ ଦୁର୍ବଳତା । ତେଣୁ ରାଜା, ପଣ୍ଡିତ ଆନନ୍ଦ ବ୍ରହ୍ମାଙ୍କ ଦ୍ଵାରା ସଂସ୍କୃତ ବ୍ୟାକରଣ ଜ୍ଞାନ ଆହରଣର ଅଧିକାରୀ ହୋଇପାରିଥିଲେ । ଏହାପରେ ସେ ପଣ୍ଡିତ ପୁରୁଷୋତ୍ତମ ତର୍କାଳଙ୍କାର ଓ ପଣ୍ଡିତ ଭୁବନେଶ୍ଵର ବଡ଼ପଣ୍ଡାଙ୍କ ସାହାଯ୍ୟରେ ସଂସ୍କୃତ ସାହିତ୍ୟରେ ରଚିତ କାବ୍ୟ, ନାଟକ, ଅଳଙ୍କାର, ନ୍ୟାୟ ବେଦ ବେଦାଙ୍ଗ ଓ ପୁରାଣାଦି ପଢ଼ି ବୁଝିବାରେ ପାରଙ୍ଗମ ହୋଇପାରିଥିଲେ । ୧୮୬୯ ମସିହାରେ ୧୮ ବର୍ଷ ବୟସରେ ବାସୁଦେବ ସିଂହାସନ ଆରୋହଣ କରିଥିଲେ । ଶାସନ କାର୍ଯ୍ୟ ପରିଚାଳନା ପାଇଁ ନିଜ ଜନ୍ମିତ ପିତା ହରିହର ଦେବ ତାଙ୍କୁ ସାହାଯ୍ୟ କରୁଥିଲେ । କଳାହାଣ୍ଡି ରାଜା ଉଦିତ ପ୍ରତାପଙ୍କ ମଧ୍ୟମା କନ୍ୟା ଗିରିରାଜ କୁମାରୀଙ୍କ ସହ ତାଙ୍କ ଶୁଭ ପରିଣୟ ଅନୁଷ୍ଠିତ ହୋଇଥିଲା । ଗିରିରାଜ କୁମାରୀ ଥିଲେ ସଙ୍ଗୀତ ବିଦ୍ୟାରେ ନିପୁଣା । ୧୮୭୨ ମସିହା ମେ’ ମାସ ୩ ତାରିଖ ଦିନ ତାଙ୍କର ଏକମାତ୍ର ପୁତ୍ର ସନ୍ତାନ ଟିକାୟତ ସଚ୍ଚିଦାନନ୍ଦ ଜନ୍ମଗ୍ରହଣ କରିଥିଲେ । ସଚ୍ଚିଦାନନ୍ଦଙ୍କୁ ଏକବର୍ଷ ଅତିକ୍ରମ କଲାବେଳକୁ ରାଣୀ ଗିରିରାଜ କୁମାରୀଙ୍କ ଦେହାନ୍ତ ହୋଇଥିଲା । ଗିରିରାଜ କୁମାରୀଙ୍କ ବିୟୋଗ ପରେ ନିଜର ମନକୁ ପରିବର୍ତ୍ତନ କରିବା ନିମନ୍ତେ ବାସୁଦେବ । ତୀର୍ଥାଟନ ଓ ଦେଶ ଭ୍ରମଣ କରିବାକୁ ମନ ବଳାଇଥିଲେ । ଏଥିପାଇଁ ସେ ସଚ୍ଚିଦାନନ୍ଦଙ୍କ ଦାୟିତ୍ଵ ପ୍ରବୀଣା ରାଜମାତାଙ୍କୁ ଦେବା ସହିତ ରାଜ କାର୍ଯ୍ୟଭାର ପ୍ରଧାନ କର୍ମଚାରୀମାନଙ୍କ ଉପରେ ନ୍ୟସ୍ତ କରିଥିଲେ । ଗମନାଗମନର ସୁବିଧା ନଥିବାରୁ ସମ୍ବଲପୁରର ତତ୍କାଳୀନପଲ୍‌ଟିକାଲ୍ ଏଜେଣ୍ଟ କର୍ଣ୍ଣେଲ୍‌ ବୁଇଙ୍କ ପରାମର୍ଶରେ ନୌକାରେ କଟକ ଯାତ୍ରା କରିବାକୁ ସେ ବାଧ୍ୟ ହୋଇଥିଲେ । ମହାନଗରରେ ଯାତ୍ରା କରିବା ସମୟରେ ବିଭିନ୍ନ ପ୍ରାକୃତିକ ଦୃଶ୍ୟ ତାଙ୍କୁ ମୁଗ୍‌ଧ କରିଥିଲା । ତା’ପରେ ସେ କଟକ, ଚାନ୍ଦବାଲି, କଲିକତା, କାଶୀ, ଦିଲ୍ଲୀ, ଆଗ୍ରା, ପ୍ରୟାଗ, ବୈଦ୍ୟନାଥ ଓ ଗୟା, ଦକ୍ଷିଣରେ ସେତୁବନ୍ଧ, ରାମେଶ୍ଵର ପର୍ଯ୍ୟନ୍ତ ଓ ପଶ୍ଚିମରେ ପୁନା, ବମ୍ବେ, ମହୀଶୂର, ଅହମ୍ମଦାବାଦ ପ୍ରଭୃତି ଭ୍ରମଣ କରି ଯଥେଷ୍ଟ ଜ୍ଞାନ ଅର୍ଜନ କରିପାରିଥିଲେ । ଭ୍ରମଣ କରିବା ସମୟରେ ନୂଆ ସ୍ଥାନ, ନୂଆ ଘଟଣା ଦେଖୁ ଦେଖୁ ନିଜର ଜ୍ଞାନ ବୃଦ୍ଧି କରିବା ସହ ପଡ଼ୋଶୀ ରାଜ୍ୟ ସହ ସୁସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ଭୁଲି ନ ଥିଲେ । ଭ୍ରମଣ ସମୟରେ ତାଙ୍କର ସ୍ଵଦେଶ ଉନ୍ନତି ଲିପ୍‌ସା ଜାଗ୍ରତ ହୋଇଥିଲା । ତେଣୁ ରାଜ୍ୟକୁ ଫେରି ଆସି ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ନିଜ ଶାସନ ପ୍ରଣାଳୀରେ କିଛି ପରିବର୍ତ୍ତନ ଆଣିଥିଲେ । ସେ ରାଜ୍ୟକୁ ତିନୋଟି ତହସିଲ୍‌ରେ ବିଭକ୍ତ କରିବା ସହ ତହସିଲ୍‌ର ପରିଚାଳନା ଭାର ଜଣେ ପ୍ରଥମ ଶ୍ରେଣୀ ବିଚାରପତି ବା ମାଜିଷ୍ଟ୍ରେଟ୍‌ଙ୍କୁ ପ୍ରଦାନ କରିଥିଲେ । ସେ ଗୋଟିଏ ପୋଲିସ୍ ଷ୍ଟେସନ୍ ମଧ୍ଯ ବସାଇ ଥିଲେ । ରାଜ୍ୟର ସୁଶାସନ ସକାଶେ ଏକ ପରିଷଦ ଗଠନ କରି ନିଜେ ତାହାର ସଭାପତି ହୋଇଥିଲେ । ଗଠିତ ପରିଷଦରେ ୯ ଜଣ ବିଜ୍ଞ ବ୍ୟକ୍ତି ସଭ୍ୟ ରହିବା ସହ ମୁଖ୍ୟ ପରାମର୍ଶଦାତା ହିସାବରେ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଘୋଷଙ୍କୁ ନିଯୁକ୍ତି ଦେଇଥିଲେ । ୧୮୮୦ ମସିହାରେ ସେ ଦରବାର ଶବ୍ଦ ବଦଳରେ କାଉନ୍‌ସିଲ୍ ଶବ୍ଦର ବ୍ୟବହାର କରିଥିଲେ । ରାଜ୍ୟରେ କୃଷିର ଉନ୍ନତି ପାଇଁ ବନ୍ଦୋବସ୍ତ ଅଧିକାରୀ ନିଯୁକ୍ତି ସହ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ଅର୍ଥନୀତି ଦୃଷ୍ଟିକୋଣରୁ ବ୍ୟବସାୟ ବାଣିଜ୍ୟର ବିକାଶ ମଧ୍ୟ କରିଥିଲେ । ଗଠିତ ପରିଷଦରେ ୯ ଜଣ ବିଜ୍ଞ ବ୍ୟକ୍ତି ସଭ୍ୟ ରହିବା ସହ ମୁଖ୍ୟ ପରାମର୍ଶଦାତା ହିସାବରେ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଘୋଷଙ୍କୁ ନିଯୁକ୍ତି ଦେଇଥିଲେ । ୧୮୮୦ ମସିହାରେ ସେ ଦରବାର ଶବ୍ଦ ବଦଳରେ କାଉନ୍‌ସିଲ୍ ଶବ୍ଦର ବ୍ୟବହାର କରିଥିଲେ । ରାଜ୍ୟରେ କୃଷିର ଉନ୍ନତି ପାଇଁ ବନ୍ଦୋବସ୍ତ ଅଧିକାରୀ ନିଯୁକ୍ତି ସହ ଜଳଯୋଗାଣ ଉପରେ ଗୁରୁତ୍ବ ଦେଇଥିଲେ । ଅର୍ଥନୀତି ଦୃଷ୍ଟିକୋଣରୁ ବ୍ୟବସାୟ ବାଣିଜ୍ୟର ବିକାଶ ମଧ୍ୟ କରିଥିଲେ । ରାଜ୍ୟରୁ ଚମଡ଼ା, ଶିଙ୍ଗ, ଦାନ୍ତ, ନଖ, ଦାମୀ କାଠ ଆଦି ରପ୍ତାନି କରି ପ୍ରଚୁର ଅର୍ଥ ଉପାର୍ଜନ କରିବା ସହ ଆବଶ୍ୟକୀୟ ପଦାର୍ଥ ଯଥା ଲୁଣ, କପଡ଼ା ପ୍ରଭୃତିର ଆମଦାନୀ ଉପରେ ଗୁରୁତ୍ଵ ଦେଇଥିଲେ । ରାଜ୍ୟରେ କାଠ ମିଲ ସ୍ଥାପନ କରି କାଠ ବଦଳରେ କାଠ ପଟା ରପ୍ତାନୀ କରି ରାଜକୋଷ ବୃଦ୍ଧି ନିମନ୍ତେ ଆୟ ପନ୍ଥା ଖୋଲିଥିଲେ । ଶିକ୍ଷାର ନିତାନ୍ତ ଆବଶ୍ୟକତାକୁ ମନେକରି ସେ ୧୮୮୨ ମସିହାରେ ଦେବଗଡ଼ଠାରେ ରାଜକୁମାର ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ । ପ୍ରଜାମାନଙ୍କ ନିମନ୍ତେ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ କରିବା ସହ ନିର୍ଦ୍ଦିଷ୍ଟ ବୟସ ହେଲେ ଶିକ୍ଷା ପାଇଁପିଲାକୁ ନ ପଠାଇଲେ ଅଭିଭାବକମାନଙ୍କୁ ତାଗିଦ୍ କରୁଥିଲେ । ଶିକ୍ଷାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟାଳୟମାନ ସ୍ଥାପନ କରିବା ସହ ଅନୁଷ୍ଠାନର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ପାଇଁ ଆର୍ଥିକ ଅନୁଦାନ ଦେଉଥିଲେ । ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆର୍ଥିକ ସାହାଯ୍ୟ ଦେବା ସହ ଗରିବ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ବୃତ୍ତି ପ୍ରଦାନ କରୁଥିଲେ । ରାଜ୍ୟରେ ବିଜ୍ଞାନାଗାର ପ୍ରତିଷ୍ଠା କରି ବିଜ୍ଞାନ ଶିକ୍ଷା ଦେବା ପାଇଁ ରେଭେନ୍ସା କଲେଜର ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କୁ ନିଯୁକ୍ତି ଦେଇଥିଲେ । ଗମନାଗମନ ଓ ଯୋଗାଯୋଗ ପାଇଁ ରାଜ୍ୟରେ ବିଦ୍ୟୁତ୍ ଆଲୁଅର ବ୍ୟବହାର, ରେଳ ବ୍ୟବସ୍ଥା ଓ ଡାକ ବିଭାଗଟି ୧୮୯୫ରେ ଭାରତ ସରକାରଙ୍କ ଅଧୀନସ୍ଥ ହୋଇଥିଲା । ରାଜ୍ୟରେ ନିଶାପାନର ବିରୋଧ ସହ ଅପରାଧୀମାନଙ୍କ ପାଇଁ କାରାଗାର ନିର୍ମାଣ କରିଥିଲେ । ପଶୁ ସମ୍ପଦର ଉନ୍ନତି ନିମନ୍ତେ ରାଜ୍ୟରେ ହସ୍ତୀଶାଳା, ଅଶ୍ଵଶାଳା ଓ ଗୋଶାଳା ନିର୍ମାଣ କରିଥିଲେ । ବାସୁଦେବ ସୁଢ଼ଳ ଦେବ ଜଣେ କଳାପ୍ରେମୀ ଥିବାରୁ ଶିଳ୍ପୀକୁଳର ସମୃଦ୍ଧି ନିମନ୍ତେ ଅନ୍ୟ ରାଜ୍ୟରୁ ଶିଳ୍ପୀମାନଙ୍କୁ ଆଣି ସ୍ଥାନୀୟ ଶିଳ୍ପୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ମନୋରଞ୍ଜନ ସକାଶେ ରାଜ୍ୟରେ ଯାତ୍ରାଦଳର ସୃଷ୍ଟି ସହିତ ସେମାନଙ୍କ ଦ୍ଵାରା ଐତିହାସିକ, ପୌରାଣିକ ନାଟକ ପରିବେଷଣ କରିବା ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଦେଉଥିଲେ । ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ବାସୁଦେବ ସୁଢ଼ଳ ଦେବ ଯଥେଷ୍ଟ ଉଦ୍ୟମ କରିଥିଲେ । ଝିଅମାନଙ୍କ ବିବାହିତ ବୟସକୁ ୧୨ ବର୍ଷ ରଖୁବା, ବିଧବାମାନଙ୍କୁ ଆର୍ଥିକ ସହାୟତା ଦେବା,  ବିଧବାଶ୍ରମ ଗଠନ କରିବା ତାଙ୍କର ଗୋଟିଏ ଗୋଟିଏ ମହନୀୟ ଉଦ୍ୟମ । ବିବାହିତ ଝିଅ ତା’ର ପିତା ସହ ସମ୍ପର୍କ ନ ରଖିବାର କୁପ୍ରଥାକୁ ସେ ଉଚ୍ଛେଦ କରିଥିଲେ । ରାଜକୁମାରୀମାନଙ୍କ ଶିକ୍ଷାଦାନ ସହ ସଙ୍ଗୀତ ଶିକ୍ଷା ମଧ୍ୟ ପ୍ରଦାନ କରିଥିଲେ । ଏହି ରାଜକୁମାରୀମାନଙ୍କୁ ଶିକ୍ଷା ଦେବାକୁ ଯାଇ ସେ ନାରୀ ଶିକ୍ଷା ଆରମ୍ଭ କରିଥିଲେ । ଯାହାଫଳରେ ରାଜବାଟୀ ସଂଲଗ୍ନରେ ଏକ ସ୍ଵତନ୍ତ୍ର ବିଦ୍ୟାଳୟ ସ୍ଥାପିତ ହୋଇପାରିଥିଲା । ରାଜା ବାସୁଦେବ ଜଣେ ସୁଶାସକ ତଥା ପ୍ରଜାବତ୍ସଳ ରାଜା ଭାବେ ଯେତିକି ପରିମାଣରେ ପରିଚିତ ତାହାଠାରୁ ଯଥେଷ୍ଟ ଅଧିକ ପରିମାଣରେ ଜଣେ ସୁସାହିତ୍ୟିକ ତଥା ସାହିତ୍ୟ ପୃଷ୍ଠପୋଷକ ରୂପେ ସର୍ବବାଦୀବିଦିତ । ସଂସ୍କୃତ ସାହିତ୍ୟ ପ୍ରତି ଯଥେଷ୍ଟ ଦୁର୍ବଳତା ଥିବାରୁ ଅନେକ କାବ୍ୟ ମହାକାବ୍ୟ ରଚନା କରି ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ସେ ସମୃଦ୍ଧ କରିଛନ୍ତି । ତାଙ୍କ ରଚନାରେ ପ୍ରକୃତି ବର୍ଣ୍ଣନା, ମାନବ ପ୍ରୀତି ଓ ଆଧ୍ୟାତ୍ମିକତା ଦୃଷ୍ଟିଗୋଚର ହୁଏ । ୧୮୮୬ ମସିହାରେ ତାଙ୍କର ଅଳଙ୍କାର ବୋଧୋଦୟ ଆତ୍ମପ୍ରକାଶ କରିଥିଲା । ଏହା ଓଡ଼ିଆ ସାହିତ୍ୟରେ ଏକ ଶ୍ରେଷ୍ଠ ଅଳଙ୍କାର ଗ୍ରନ୍ଥ ହେବା ସହ ପାଠ୍ୟ ପୁସ୍ତକ ରୂପେ ମଧ୍ୟ ଗୃହୀତ ହୋଇଥିଲା । ସେ ମହନୀୟ ପ୍ରକୃତିର ରମଣୀୟ ଦୃଶ୍ୟକୁ ନେଇ ଚିତ୍ରୋତ୍ପଳା କାବ୍ୟକୁ ସୃଷ୍ଟି କରିଥିଲେ । ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ଵ କାହାଣୀକୁ ନେଇ ଐତିହାସିକ ବିବରଣୀ ୧୮୯୫ ମସିହାରେ ଆତ୍ମପ୍ରକାଶ କରିଥିଲା । କିଷ୍କିନ୍ଧ୍ୟା ବିବରଣୀ ନାମକ ଏକ ଗଦ୍ୟ ରଚନା, ଜହ୍ନମାମୁଁ, ଜଣାଣ ନାମକ ଦୁଇଟି କବିତା ଯଥାକ୍ରମେ ଆଷାଢ଼ ଶୁକ୍ଳ ଓ ପଢ଼ି ରାଗରେ ଲିଖ୍ । ଏତଦ୍‌ବ୍ୟତୀତ ହିନ୍ଦୀ ଭାଷାରେ ଧର୍ମଶିକ୍ଷା ଓ ସଂସ୍କୃତ ସାହିତ୍ୟରେ ଦଶକର୍ମ ପଦ୍ଧତି, କଳ୍ପଲତା, ମୁକ୍ତିକୋଷନିଷଦ, ସାହିତ୍ୟ ରନାକର ପ୍ରଭୃତି ଟୀକା ଓ ଅନୁବାଦ କରି ସ୍ଵବିଜ୍ଞତାର ପରିଚୟ ଦେଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ କଟକରେ ସୁଢ଼ଳ ପ୍ରେସ୍ ସ୍ଥାପନ ଓ ୧୮୮୬ ମସିହାରେ ବାମଣ୍ଡାର ଦେବଗଡ଼ଠାରେ ଜଗନ୍ନାଥ ବଲ୍ଲଭ ପ୍ରେସ୍ ସ୍ଥାପନ କରିଥିଲେ । ସେହି ପ୍ରେସ୍‌ରୁ ବହୁ ପୁସ୍ତକ ପ୍ରକାଶିତ ହେବା ସହିତ ତାଙ୍କ ପୃଷ୍ଠପୋଷକତାରେ ୧୮୮୯ ମସିହା ମେ ୩୦ ତାରିଖ ଗୁରୁବାର ଦିନ ‘ସମ୍ବଲପୁର ହିତୈଷିଣୀ’ ନାମକ ସାପ୍ତାହିକ ପତ୍ରିକାଆତ୍ମପ୍ରକାଶ କରିଥିଲା । ୧୮୯୩ ମସିହାରେ ନୀଳମଣି ବିଦ୍ୟାରନ୍‌ଙ୍କ ସମ୍ପାଦନାରେ ‘ବିଜୁଳି’ ନାମକ ଏକ ପତ୍ରିକା ମଧ୍ୟ ଉକ୍ତ ପ୍ରେସ୍‌ରେ ଆତ୍ମପ୍ରକାଶ କରିଥିଲା । ୧୯୦୦ ମସିହାରେ ବାମଣ୍ଡା ଛାତ୍ର ସମିତି ଆନୁକୂଲ୍ୟରେ ‘ସେବକ’ ନାମକ ଏକ ସମାଜ ସଂସ୍କାରମୂଳକ ମାସିକ ପତ୍ରିକା ମଧ୍ୟ ଏହି ପ୍ରେସରୁ ମୁକ୍ତିଲାଭ କରିଥିଲା । ରାଜା ବାସୁଦେବ ସୁଢ଼ଳ ଜଣେ ସୁଶାସକ ଭାବରେ ଇଂରେଜ ସରକାରଙ୍କଠାରୁ ୧୮୮୯ରେ କମାଣ୍ଡର ଅଫ୍ ଇଣ୍ଡିୟାନ୍ ଏମ୍ପାୟର, ୧୮୯୫ରେ ନାଇଟ୍‌ କମାଣ୍ଡର ଅଫ୍ ଇଣ୍ଡିୟାନ୍ ଏମ୍ପାୟର୍ ନାମକ ଦୁଇଟି ଉପାଧ୍ ଲାଭ କରିଥିଲେ । ରାଜା ବାସୁଦେବ ସୁଢ଼ଳ ଦେବ ଥିଲେ ଏକାଧାରରେ ଜଣେ ସୁଶାସକ, ସୁସାହିତ୍ୟିକ, ସମାଜ ସଂସ୍କାରକ, ସମାଜସେବୀ ତତ୍‌ସହିତ କଳାପ୍ରେମୀ, ସଂସ୍କୃତ ପ୍ରେମୀ ଓ ପ୍ରଜାବତ୍ସଳ ବ୍ୟକ୍ତି । ୧୯୦୩ ମସିହା ନଭେମ୍ବର ମାସ ୯ ତାରିଖ ଦ୍ବିପ୍ରହର ବେଳେ ୫୩ ବର୍ଷ ବୟସରେ ତାଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା । ତାଙ୍କୁ ହରାଇ ଓଡ଼ିଆ ସାହିତ୍ୟ ବହୁ କ୍ଷତବିକ୍ଷତ ହୋଇଛି କହିବା କିଛି ଭୁଲ୍ ହେବ ନାହିଁ । ସେ ଆମ ନିକଟରେ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିଥିବେ ।

🔴🔴🔴🔴🔴🔴🔴🔴🔴🔴🔴🔴🔴
🖊️ଲେଖକ©ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ
🏘️ ବିଜିପୁର, ବୋର୍ଡ଼ ସାହି ବ୍ରହ୍ମପୁର (ଗଞ୍ଜାମ)
🔴🔴🔴🔴🔴🔴🔴🔴🔴🔴🔴🔴🔴

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ